Thursday, April 2, 2026
25.4 C
Odisha

    ଆଜି ନାମାଙ୍କନ ଭରିବେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ

    ଆଗକୁ ପଢନ୍ତୁ

    ନୂଆପଡ଼ା : ଆଜି ନାମାଙ୍କନ ଭରିବେ ସ୍ନେହାଙ୍ଗିନୀ ଛୁରିଆ । ନୂଆପଡ଼ା ଉପ ନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୀତି । ପ୍ରମୁଖ ତିନି ଦଳ ବିଜେପି, ବିଜେଡ଼ି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରି ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରଚାରକୁ ଜୋରଦାର କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଏବଂ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଉପ ଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି ।

    ଆଜି ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ଗତକାଲି ବିଜେଡି ନୂଆପଡାଠାରେ ନିଜର ଶକ୍ତି ପ୍ରଦର୍ଶନ କରି ବିରାଟ ଶୋଭାଯାତ୍ରା ଅୟୋଜନ କରିଥିଲା । ବିଜେଡିର ବହୁ ତୁଙ୍ଗନେତାମାନେ ସାମିଲ ହୋଇ ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ପାଇଁ ଭୋଟଭିକ୍ଷା କରିଥିଲେ ।

    ଆଜି ପୂର୍ବାହ୍ନ ୧୧ଟା ରେ ବିଜେଡ଼ି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ପ୍ରଥମେ ନୂଆପଡ଼ା ତେଲିପଡ଼ା ସ୍ଥିତ ଶିବ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ସହ ଦେବ ଦର୍ଶନ କରି ଆଶୀର୍ବାଦ ନେବେ। ଏହାପରେ ସେଠାରୁ ସେ ନିଜର ସମର୍ଥକଙ୍କ ଗହଣରେ ନୂଆପଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ଏହି ଅବସରରେ ବିଜେଡିର ଶୀର୍ଷ ନେତୃବୃନ୍ଦଙ୍କ ସମେତ ବରିଷ୍ଠ ନେତା ଓ ବିଧାୟକମାନେ ଉପସ୍ଥିତ ରହିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ