Wednesday, July 30, 2025
29 C
Odisha

    ଆଜି ନୀଳାଦ୍ରିବିଜେ

    ଆଗକୁ ପଢନ୍ତୁ

    ପୁରୀ : ରତ୍ନବେଦୀରୁ ବାହୁଡି ଜନ୍ମବେଦୀରେ ଲୀଳାଖେଳା ସରିବା ପରେ ଆଜି ପୁର୍ନବାର ନୀଳକନ୍ଦରକୁ ବିଜେ କରିବେ ନୀଳାଦ୍ରିନାଥ । ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ରତ୍ନସିଂହାସନରେ ବିରାଜିତ ହେବେ କାଳିଆ ସାଆନ୍ତେ । ଆଜି ହେଉଛି ମହାପ୍ରଭୁଙ୍କ ପତିତପାବନ ଯାତ୍ରାର ଶେଷ ଦିନ ଯାହାକୁ ନୀଳାଦ୍ରି ବିଜେ କୁହଯାଏ । ନୀଳାଦ୍ରି ବିଜେ ପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଉ କିଛି ସମୟର ଅପେକ୍ଷା । ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ। ସେଥିପାଇଁ ସେବାୟତ ମାନଙ୍କ ସହ ସମନ୍ୱୟ ରକ୍ଷାକରି ନୀତିକାନ୍ତି ମଧ୍ୟ ଚୂଡାନ୍ତ ହୋଇଛି ।

    ଆଜି ସକାଳୁ ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ,ମଇଲମ,ଅବକାଶ, ଗୋପାଳବଲ୍ହଭ,ସକାଳଧୂପ, ମଧ୍ୟାହ୍ନ ଧୂପ,ସଂଧ୍ୟା ଆଳତୀ ଓ ସଂଧ୍ୟାଧୂପ ଶେଷହେବା ପରେ ଚାରମାଳ ବନ୍ଧାଯାଇ ଆରମ୍ଭ ହେବ ମହାପ୍ରଭୁଙ୍କ ଗୋଟି ପହଣ୍ଡି । ଅପରାହ୍ନ ୪ଟାରେ ପହଣ୍ଡି ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ଥିର କରିଥିବା ବେଳେ ରାତି ୧୦ଟାରେ ପହଣ୍ଡି ଶେଷ ହେବ ବୋଲି କୁହାଯାଇଛି ।

    ସେପଟେ ଆଜି ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ କାଳିଆ ସାଆନ୍ତ ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞ୍ଜନ କରିବେ । ତାଙ୍କୁ ନନେଇ ଭାଇଭଉଣୀଙ୍କୁ ସାଥୀରେ ଧରି କାଳିଆ ଠାକୁର ମାଉସୀ ଘରକୁ ଯାଇଥିଲେ । ଏଥିପାଇଁ ଲକ୍ଷ୍ମୀ ଠାକୁଠାଣୀ ଅଭିମାନ କରିଥିବା ବେଳେ ତାଙ୍କ ମାନଭଞ୍ଜନ କରି ଶ୍ରୀମନ୍ଦିରରେ ପ୍ରବେଶ କରିବେ କାଳିଆ ଠାକୁର । ତେବେ ବାହୁଡା଼ ଯାତ୍ରା ଠାରୁ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ ଅନୁଷ୍ଠିତ ହୋଇଥିବାରୁ ଆଜି ମଧ୍ୟ ନୀତି ସଅଳ ହେବ ବୋଲି ଅନୁମାନ କରାଯାଉଛି । ଆସନ୍ତାକାଲି ଠାରୁ ଭକ୍ତ ଓ ଶ୍ରଦ୍ଧାଳୁ ଶ୍ରୀମନ୍ଦିରରେ ଅବଢା ପାଇପାରିବେ । ନୀଳାଦ୍ରୀବିଜେ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    70 %
    4.4kmh
    100 %
    Wed
    29 °
    Thu
    31 °
    Fri
    31 °
    Sat
    31 °
    Sun
    32 °

    ସମ୍ବନ୍ଧିତ