Tuesday, September 15, 2026
29 C
Odisha

    ଆଜି ନୂଆଁଖାଇ ତିହାର… ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ଓଡ଼ିଶାର କୃଷିଭିତ୍ତିକ ପର୍ବ ନୂଆଁଖାଇ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଛନ୍ତି, ନୂଆଁଖାଇ କେବଳ ଏକ ପର୍ବ ନୁହେଁ । ଏହା ଆମର ମାଟି, ସଂସ୍କୃତି, ଚାଲିଚଳଣୀ ଓ ସାମାଜିକ ଏକତାର ପ୍ରାଣସ୍ପନ୍ଦନ । ଏହି ଆନନ୍ଦମୟ ପର୍ବରେ ଆମେ ସମସ୍ତେ ଭେଦଭାବ ଓ ତିକ୍ତତା ଭୁଲି ଗୁରୁଜନଙ୍କୁ ମୁଣ୍ଡିଆଁ ମାରି ଆଶୀର୍ବାଦ ନେଇଥାଉ । ଏ ସୁନ୍ଦର ପରମ୍ପରା ଆମ ପରିବାର ଏବଂ ଭାଇଚାରା ବନ୍ଧନକୁ ଆହୁରି ମଜଭୁତ କରିଥାଏ । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ଯାଏଁ ବିକଶିତ ଭାରତ ଗଠନ ପାଇଁ ସମସ୍ତେ ନିଜ ନିଜ କର୍ତ୍ତବ୍ୟ ପାଳନ କରନ୍ତୁ ବୋଲି ଛାତ୍ରଛାତ୍ରୀ, ଶ୍ରମିକ, ଯବାନ ଓ ଚାଷୀ ଭାଇଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂଆଖାଇଁ ସମସ୍ତଙ୍କ ଜୀବନରର ନୂଆ ଆଶା ଆଣିଦେଉ ଏବଂ ମାଆ ସମଲେଇ ସମସ୍ତଙ୍କୁ ସୁଖ ସମୃଦ୍ଧି ଦିଅନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29 ° C
    29 °
    29 °
    69 %
    1.5kmh
    12 %
    Tue
    31 °
    Wed
    31 °
    Thu
    31 °
    Fri
    30 °
    Sat
    30 °

    ସମ୍ବନ୍ଧିତ