Monday, October 19, 2026
21.9 C
Odisha

    ଆଜି ପବିତ୍ର ନନ୍ଦୋତ୍ସବ, ପୁରୀରେ ସ୍ବତନ୍ତ୍ର ନୀତିକାନ୍ତି

    ଆଗକୁ ପଢନ୍ତୁ

    ପୁରୀ : ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଗତକାଲି ମଧ୍ୟରାତ୍ରିରେ ପ୍ରଭୁ ଶ୍ରୀକୃଷ୍ଣ ଧରାବତାରଣ କରିଥିଲେ। ଏଥିପାଇଁ ଉତ୍ସବମୁଖର ହୋଇଉଠିଛି ସମସ୍ତ ମଠ ମନ୍ଦିର । ମଧ୍ୟରାତ୍ରିରେ ଶ୍ରୀକୃଷ୍ଣଙ୍କ ଧରାବତାରଣ ପରେ ଆଜି ଶ୍ରୀମନ୍ଦିରରେ ପାଳିତ ହେବ ନନ୍ଦୋତ୍ସବ ନୀତି । ସନ୍ଧ୍ୟାଆଳତୀ ସରିବାପରେ ମହାଜନ ସେବାୟତମାନେ ରାମକୃଷ୍ଣ ଓ ଦକ୍ଷିଣଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ। ମଇଲମ ଓ ଅନ୍ୟାନ୍ୟ ନୀତି ସରିବା ପରେ ପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠି ଓ ମାର୍କଣ୍ଡି ପୂଜା ହେବ। ମଙ୍ଗଳାର୍ପଣ ଓ ବନ୍ଦାପନା ନୀତି ପରେ ଭଣ୍ଡାରଘରୁ ଦେବୀ ଦୁର୍ଗାଙ୍କୁ ପତିମହାପାତ୍ର ବିଜେ କରାଇବେ । ପରେ ଦୋଳିରେ ବସିଥିବା ରାମକୃଷ୍ଣ ଏବଂ ମଦନମୋହନଙ୍କୁ ଓଲ୍ହାଇ ଆଣି ଖଟ ଉପରେ ବିଜେ କରାଇବେ । ଭିତରଚ୍ଛ ମହାପାତ୍ର ନନ୍ଦରାଜା ରୂପରେ ଶ୍ରୀନହରକୁ ଯାଇ ଫେରିବା ପରେ ସ୍ନାନମଣ୍ଡପ ଉପରେ ବସିବେ । ଭରତିଆ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବାର ପରମ୍ପରା ରହିଛି

    ସେହିପରି ଆଜି ନନ୍ଦୋତ୍ସବ ପାଇଁ ଉତ୍ସବମୁଖର ସାରା ଦେଶ । ଝଲସୁଛି ମଥୁରା, ବୃନ୍ଦାବନ। ମନ୍ଦିରରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। କେବଳ ମଥୁରା ବୃନ୍ଦାବନ ନୁହେଁ, ଦ୍ୱାରକା, ସବୁଠି ପ୍ରବଳ ଭିଡ଼ । କୃଷ୍ଣଙ୍କ ପୂଜାର୍ଚ୍ଚନା ପାଇଁ ମନ୍ଦିରରେ ଭକ୍ତଙ୍କ ଗହଳି । ଭଜନ-କୀର୍ତ୍ତନ ଓ କୃଷ୍ଣ ନାମରେ ଭକ୍ତିମୟ ହୋଇଉଠିଛି ପରିବେଶ । ଅନେକ ଭକ୍ତ ଆଜି ଉପବାସ କରି ବ୍ରତ ପାଳନ କରିଥାନ୍ତି । କେବଳ ମନ୍ଦିର ନୁହେଁ, ଘରେ ଘରେ ବାଳଗୋପାଳଙ୍କୁ ସଜାଇ ମାଖନ, ମିଶ୍ରି, କ୍ଷୀର, ଦହି ଓ ବିଭିନ୍ନ ଭୋଗ ଅର୍ପଣ କରିବାର ପରମ୍ପରା ରହିଛି । ଛୋଟ ପିଲାମାନେ ରାଧା କୃଷ୍ଣ ବେଶରେ ସଜେଇ ହୋଇଛନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ମଥୁରାରେ ନନ୍ଦୋତ୍ସବକୁ ନେଇ ସବୁଠୁ ଅଧିକ ଉତ୍ସାହ। ଶ୍ରୀକୃଷ୍ଣ ଜନ୍ମସ୍ଥାନକୁ ଆକର୍ଷଣୀୟ ଭାବେ ସଜାଯାଇଛି। ଦେଶର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ମଥୁରାରେ ପହଞ୍ଚିଛନ୍ତି। ମଥୁରା କୃଷ୍ଣମୟ ହୋଇଉଠିଛି। ବୃନ୍ଦାବନରେ ମଧ୍ୟ ଭବ୍ୟ ଉତ୍ସବ ଚାଲିଛି। ଗୁଜରାଟ ଦ୍ୱାରକାରେ ମଧ୍ୟ ନନ୍ଦୋତ୍ସବବ ଧୁମ୍।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.9 ° C
    21.9 °
    21.9 °
    90 %
    1.5kmh
    57 %
    Sun
    22 °
    Mon
    30 °
    Tue
    30 °
    Wed
    30 °
    Thu
    29 °

    ସମ୍ବନ୍ଧିତ