ତ୍ରିସୁର : କେରଳମରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୮ ଜଣଙ୍କର ମୃତ୍ୟ ହୋଇଛି । କେରଳମର ଥ୍ରିସୁର ଜିଲ୍ଲା ପନାମବିକୁନୁରେ ଏକ କାର ସହ ଟ୍ରକର ଧକ୍କା ହେବାରୁ ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ଛାତ୍ର ବୋଲି କୁହାଯାଉଛି । ତ୍ରିସୁର ନିକଟବର୍ତ୍ତୀ କାଇପାମଙ୍ଗଲମର ପାନାମ୍ବିକକୁନୁରେ ଶୁକ୍ରବାର ରାତି ପ୍ରାୟ ୧୧.୪୦ ସମୟରେ ଏହି ଦୁର୍ଘଟଣା ଘଟିଛି।
ପୋଲିସ କହିବା ଅନୁଯାୟୀ, ଯୁବକମାନଙ୍କୁ ନେଇ ଯାଉଥିବା କାରଟି ରାଜପଥରେ ପାର୍କିଂ ହୋଇଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲା । କାରରେ ଥିବା ସମସ୍ତ ଆଠ ଜଣଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦା, ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଥ୍ରିସୁର ମେଡିକାଲ କଲେଜ ଶବାଗାରରେ ମୃତଦେହ ରଖାଯାଇଛି । ମୃତ ଛାତ୍ରଙ୍କ ଘର ପଡ଼ୋଶୀ ତାମିଲନାଡୁରେ ବୋଲି କୁହାଯାଉଛି । ଦୁର୍ଘଟଣା ଘଟିବା ସମୟରେ କାରଟି ଗୁରୁଭାୟୁର ପାର୍ଶ୍ୱରୁ କୋଡୁଙ୍ଗାଲ୍ଲୁର ଅଭିମୁଖେ ଯାତ୍ରା କରୁଥିବା ଜଣାପଡିଛି।
