Friday, March 27, 2026
31.5 C
Odisha

    ଆଜି ପବିତ୍ର ଶ୍ରୀରାମ ନବମୀ, ରାମ ଧ୍ୱନୀରେ ପ୍ରକମ୍ପିତ ହେଉଛି ସାରା ରାଜ୍ୟ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି ପବିତ୍ର ରାମନବମୀ । ଭଗବାନ ଶ୍ରୀରାମଙ୍କ ଜନ୍ମୋତ୍ସବ ଭାବେ ପାଳିତ ହେଉଥିବା ପବିତ୍ର ରାମ ନବମୀକୁ ନେଇ ସମଗ୍ର ରାଜ୍ୟରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ପବିତ୍ର ରାମ ନବମୀ ଅବସରରେ ଗୁଞ୍ଜିଉଠୁଛି ଜୟ ଶ୍ରୀରାମ ଧ୍ୱନି । ଶ୍ରୀରାମଙ୍କ ଜନ୍ମୋତ୍ସବକୁ ନେଇ ଭକ୍ତମାନଙ୍କ ମନରେ ଅପାର ଆନନ୍ଦ ଓ ଆସ୍ଥାର ବହୁଛି । ସକାଳୁଠାରୁ ମନ୍ଦିରମାନେ ଭକ୍ତମାନଙ୍କର ଲମ୍ବା ଲାଇନ । ହାତରେ ଫୁଲ, ଧୂପ ଓ ପ୍ରସାଦ ନେଇ ଭଗବାନ ଶ୍ରୀରାମଙ୍କ ଦର୍ଶନ ପାଇଁ ଅତ୍ୟନ୍ତ ଆତୁର ଶ୍ରଦ୍ଧାଳୁମାନେ । ପୂଜାର୍ଚ୍ଚନା, ଭଜନ କୀର୍ତନ ଓ ରାମାୟଣ ପାଠରେ ମଗ୍ନ ହୋଇଯାଇଛି ସମଗ୍ର ପରିବେଶ ।

    ଶ୍ରୀରାମଙ୍କ ଜନ୍ମ ମୁହୂର୍ତ୍ତକୁ ନେଇ ମନ୍ଦିର ମାନଙ୍କରେ ବିଶେଷ ନୀତିକାନ୍ତି କରାଯାଉଛି । ଘଣ୍ଟା ଧ୍ୱନି ଓ ଶଙ୍ଖ ନାଦରେ କମ୍ପିଉଠୁଛି ମନ୍ଧିର ପରିବେଶ । ଭକ୍ତମାନେ ଭାବବିହ୍ୱଳ ହୋଇ ପ୍ରଭୁଙ୍କ ଚରଣରେ ନମନ କରୁଛନ୍ତି । ରାମ ନବମୀ କେବଳ ଏକ ପର୍ବ ନୁହେଁ, ଏହା ଧର୍ମ, ସତ୍ୟ ଓ ନୀତିର ପଥରେ ଚାଲିବାର ପ୍ରେରଣା । ଏହି ପବିତ୍ର ଦିନରେ ଭକ୍ତମାନେ ମନରେ ଭଲପାଇବା, ଶାନ୍ତି ଓ ସଦଭାବର ଦୀପ ଜ୍ୱାଳାଉଛନ୍ତି । ରାଜ୍ୟ ରାଜଧାନୀ ଭୁବନେଶ୍ୱର ଥିବା ରାମ ମନ୍ଧିରରେ ସକାଳୁ ଭକ୍ତ ମାନଙ୍କ ସମାଗମ ଆରମ୍ଭ ହୋଇଛି । ରାମ ମନ୍ଧିରରେ ଆଜିର ଦିନରେ ବେଶ ଭିଡ଼ ଦେଖିବାକୁ ମିଳେ । ଭକ୍ତ ମାନଙ୍କ ଭିଡକୁ ଲକ୍ଷ୍ୟ କରି ସ୍ୱତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି । ମନ୍ଧିର ପରିସରରେ ବ୍ୟାରିକେଟ ରହିଥିବା ବେଳେ ପୋଲିସ ମୁତୟନ ରହିଛନ୍ତି । ରାମ ନବମୀକୁ ନେଇ ରାମ ମନ୍ଧିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.5 ° C
    31.5 °
    31.5 °
    26 %
    2.6kmh
    57 %
    Fri
    33 °
    Sat
    39 °
    Sun
    40 °
    Mon
    40 °
    Tue
    38 °

    ସମ୍ବନ୍ଧିତ