Friday, April 17, 2026
27.1 C
Odisha

    ଅଟୋକୁ ଧକ୍କା ଦେଲା ସ୍କର୍ପିଓ, ଏକାସାଙ୍ଗରେ ଲିଭିଗଲା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ ଦୀପ

    ଆଗକୁ ପଢନ୍ତୁ

    ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଗ୍ବାଲିୟରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ସାମ୍ନାକୁ ଆସିଛି । ସ୍କର୍ପିଓ ଏବଂ ଅଟୋର ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି । ଏହି ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ସୂଚନା ମିଳିଛି ।

    ସୂଚନାନୁଯାୟୀ, ଧକ୍କା ହୋଇଥିବା ଅଟୋରେ ୯ଜଣ ଯାତ୍ରୀ ଥିଲେ । ଯାତ୍ରୀମାନେ ଶୀତଳା ମାତା ମନ୍ଦିର ଦର୍ଶନ କରି ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ଗୋଟିଏ ପରିବାରର ୫ ଜଣଙ୍କ ଜୀବନ ଚାଲିଯାଇଥିଲାବେଳେ ଅନ୍ୟ ୪ଜଣ ଆହତ ହୋଇଛନ୍ତି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲାବେଳେ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ । ଅଟୋକୁ ଧକ୍କା ଦେଇଥିବା ସ୍କର୍ପିଓ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପୋଲିସ ସ୍କର୍ପିଓ ଚାଳକଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

    ଅନ୍ୟପଟେ ଆଜି ମଧ୍ୟପ୍ରଦେଶରୁ ମଧ୍ୟ ଆଉ ଏକ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୧ ଜଣ ଆହତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇ ଫେରୁଥିବା ବେଳେ ଛିନ୍ଦୱାଡ଼ାର ନାଗପୁର ରୋଡର ସିମାରିୟା ନିକଟରେ ବସ୍ ଓ ପିକଅପ ଗାଡ଼ି ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    63 %
    2.2kmh
    0 %
    Thu
    27 °
    Fri
    42 °
    Sat
    43 °
    Sun
    43 °
    Mon
    44 °

    ସମ୍ବନ୍ଧିତ