ଖବରପୁରୀ ଆଜି ବଡ଼ ଠାକୁରଙ୍କ ହରିହର ବେଶ, ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ By Hemant October 27, 2025 7 0 ଆଗକୁ ପଢନ୍ତୁ ପାନକ୍ରିଆଟିକ୍ କ୍ୟାନ୍ସରକୁ ମୂଳପୋଛ କରିବ ‘ନିମ’! ରିସର୍ଚ୍ଚରୁ ଆଶ୍ଚର୍ଯ୍ୟଜନକ ଖୁଲାସା Hemant ଭୁବନେଶ୍ୱର : ଆଜି ବଡ଼ ଠାକୁରଙ୍କ ହରିହର ବେଶ। ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯିବ। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଏ। ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହେବ। ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ। କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ପର ଠାରୁ ଶୁକ୍ଳ ଦଶମୀ ମଧ୍ୟରେ ଯେଉଁଦିନ ସୋମବାର ପଡେ ସେହିଦିନ ରତ୍ନ ସିଂହାସନରେ ଅଧିଷ୍ଠିତ ବଡ଼ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି। ଚଳିତବର୍ଷ ଦୀପାବଳି ଅମାବାସ୍ୟା ପରେ ଓ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡୁଥିବାରୁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶ ସଜିତ କରାଯିବ l ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିବେ। ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କ ରାଧାଦାମୋଦର ବେଶ ଦେଖି ଭକ୍ତ ଆତ୍ମତୃପି ଲାଭ କରିବେ। Continue Reading ଖବରପୁରୀ Tagsharihar beshapuri Jagannath temple Share FacebookTwitterPinterestWhatsApp Previous articleଘରେ ବସି ସହଜରେ ପେମେଣ୍ଟ କରିପାରିବେ ଅଭିଭାବକ, ଡିଜିଟାଲ୍ ପେମେଣ୍ଟ ଆଣିଛି ଶିକ୍ଷା ମନ୍ତ୍ରଣାଳୟNext articleଏକ୍ସପ୍ରେସୱେରେ କାର୍, ବସ୍ ଏବଂ ଟ୍ରକ୍ ଧକ୍କା : ୩ ଯାତ୍ରୀ ମୃତ, ୧୫ରୁ ଉର୍ଦ୍ଧ୍ବ ଆହତ ଅନ୍ୟାନ୍ୟ ଖବର କ୍ୟାନ୍ସର ପାଇଁ ରାମବାଣ ଏହି ଛୋଟ ଫଳ, ଜାଣନ୍ତୁ ଏହାର ଜୁସ୍ ପିଇଲେ କ’ଣ ଲାଭ ମିଳେ? ପାନକ୍ରିଆଟିକ୍ କ୍ୟାନ୍ସରକୁ ମୂଳପୋଛ କରିବ ‘ନିମ’! ରିସର୍ଚ୍ଚରୁ ଆଶ୍ଚର୍ଯ୍ୟଜନକ ଖୁଲାସା ଆଳୁ ଦରକୁ ନେଇ ଭିନ୍ନ ଚିତ୍ର : ହୋଲସେଲରେ ଆଳୁ କିଲେ ୫ ଟଙ୍କା, ଦୋକାନରେ ୨୦ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର : ଟ୍ରଙ୍କରୁ ବାହାରିଲା କୁଢ କୁଢ ନୋଟ୍ ,୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଦେଶବ୍ୟାପୀ ବିଜୁ ଝଡ଼, ନିଶିକାନ୍ତ ଦୁବେଙ୍କ ଅସମ୍ମାନଜନକ ମନ୍ତବ୍ୟକୁ ବିଭିନ୍ନ ରାଜନୈତିକ ଦଳର ନିନ୍ଦା ପାଣିପାଗ Odisha clear sky enter location 25.3 ° C 25.3 ° 25.3 ° 35 % 0.8kmh 5 % Wed 39 ° Thu 41 ° Fri 41 ° Sat 39 ° Sun 38 ° ସମ୍ବନ୍ଧିତ କେବଳ ସ୍ବାଦକୁ ବଢାଇନଥାଏ ସୋରିଷ, ସ୍ବାସ୍ଥ୍ୟ ପାଇଁ ମଧ୍ୟ ହୋଇଥାଏ ଉପଯୋଗୀ ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ, ବିଜୁଳି ଘଡଘଡି ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ରାଜ୍ୟରେ ବଢ଼ୁଛି ତାପମାତ୍ରା, ଜାରି ହେଲା ବଜ୍ରପାତ ଓ ଝଟକା ପବନ ସତର୍କତା DGCA ଜାରି କଲା ଆଡଭାଇଜରୀ, ୧୧ ଦେଶକୁ ବିମାନ ସେବା ମନା
ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିବେ। ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କ ରାଧାଦାମୋଦର ବେଶ ଦେଖି ଭକ୍ତ ଆତ୍ମତୃପି ଲାଭ କରିବେ।