ଖବରପୁରୀ ଆଜି ବଡ଼ ଠାକୁରଙ୍କ ହରିହର ବେଶ, ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ By Hemant October 27, 2025 15 0 ଆଗକୁ ପଢନ୍ତୁ ବିରିୟାନୀ ଖାଇବା ପରେ ଭୁଲ୍ରେ ବି ପିଅନ୍ତୁନି କୋଲ୍ଡ ଡ୍ରିଙ୍କ୍ସ! Hemant ଭୁବନେଶ୍ୱର : ଆଜି ବଡ଼ ଠାକୁରଙ୍କ ହରିହର ବେଶ। ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯିବ। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଏ। ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହେବ। ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ। କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ପର ଠାରୁ ଶୁକ୍ଳ ଦଶମୀ ମଧ୍ୟରେ ଯେଉଁଦିନ ସୋମବାର ପଡେ ସେହିଦିନ ରତ୍ନ ସିଂହାସନରେ ଅଧିଷ୍ଠିତ ବଡ଼ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି। ଚଳିତବର୍ଷ ଦୀପାବଳି ଅମାବାସ୍ୟା ପରେ ଓ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡୁଥିବାରୁ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶ ସଜିତ କରାଯିବ l ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିବେ। ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କ ରାଧାଦାମୋଦର ବେଶ ଦେଖି ଭକ୍ତ ଆତ୍ମତୃପି ଲାଭ କରିବେ। Continue Reading ଖବରପୁରୀ Tagsharihar beshapuri Jagannath temple Share FacebookTwitterPinterestWhatsApp Previous articleଘରେ ବସି ସହଜରେ ପେମେଣ୍ଟ କରିପାରିବେ ଅଭିଭାବକ, ଡିଜିଟାଲ୍ ପେମେଣ୍ଟ ଆଣିଛି ଶିକ୍ଷା ମନ୍ତ୍ରଣାଳୟNext articleଏକ୍ସପ୍ରେସୱେରେ କାର୍, ବସ୍ ଏବଂ ଟ୍ରକ୍ ଧକ୍କା : ୩ ଯାତ୍ରୀ ମୃତ, ୧୫ରୁ ଉର୍ଦ୍ଧ୍ବ ଆହତ ଅନ୍ୟାନ୍ୟ ଖବର ପର୍ସରେ ରଖନ୍ତୁ ଏହି ଶୁଭ ଜିନିଷ, ଧନ ଆସିବାର ଖୋଲିଯିବ ବାଟ ବିରିୟାନୀ ଖାଇବା ପରେ ଭୁଲ୍ରେ ବି ପିଅନ୍ତୁନି କୋଲ୍ଡ ଡ୍ରିଙ୍କ୍ସ! ରାଜଧାନୀରେ ଚାଞ୍ଚଲ୍ୟ, କେଳୁ ଚରଣ ପାର୍କରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ; ଡିଜିପି ନିଯୁକ୍ତି ନିୟମ ଜଣାଅ ମହଙ୍ଗା ହେଲା ଅମୁଲ ଘିଅ, ଲହୁଣି ପାଣିପାଗ Odisha overcast clouds enter location 21.4 ° C 21.4 ° 21.4 ° 91 % 0.9kmh 100 % Thu 27 ° Fri 27 ° Sat 27 ° Sun 26 ° Mon 27 ° ସମ୍ବନ୍ଧିତ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ରାସ ବିହାରୀ ବେହେରାଙ୍କ ପରଲୋକ ବଜାରରୁ ଆଉ କିଣିବେନି ସିନ୍ଦୂର! ଘରେ ହିଁ ହଳଦୀରୁ ତିଆରି ହେବ ନାଲି ସିନ୍ଦୂର? ଶୀତଋତୁ ପାଇଁ ଲାଭକାରୀ ଗ୍ରୀନ୍ ମଟର, ଦେବ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ନବରାତ୍ରିର ପଞ୍ଚମ ଦିନରେ ମା’ ସ୍କନ୍ଦମାତାଙ୍କ ପୂଜା, ଜାଣନ୍ତୁ ବିଧି ଓ ଭୋଗ
ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିବେ। ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କ ରାଧାଦାମୋଦର ବେଶ ଦେଖି ଭକ୍ତ ଆତ୍ମତୃପି ଲାଭ କରିବେ।