Monday, November 17, 2025
14.3 C
Odisha

    ଆଜି ବାଜିବ ବିହାର ବିଧାନସଭା ନିର୍ବାଚନ ବିଗୁଲ, ଅପରାହ୍ଣ ୪ଟାରେ ହେବ ତାରିଖ ଘୋଷଣା

    ଆଗକୁ ପଢନ୍ତୁ

    ବିହାର : ଆଜି ବାଜିବ ବିହାର ବିଧାନସଭା ନିର୍ବାଚନ ବିଗୁଲ । ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଆଜି ଅପରାହ୍ଣ ୪ଟାରେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରିବେ ଇସିଆଇ । ବିହାର ନିର୍ବାଚନ ତାରିଖ ସଂପର୍କରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିବେ ।

    ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାର ଦିଲ୍ଲୀରେ ସାମ୍ବାଦିନ ସମ୍ମିଳନୀ କରିବେ । ନିର୍ବାଚନ ତାରିଖ ଘୋଷଣା ସହିତ କେତେଟି ପର୍ଯ୍ୟାୟରେ ନିର୍ବାଚନ ହେବ ତାହା ମଧ୍ୟ ଜଣାପଡିବ ।

    ବିହାରରେ ମୋଟ ୨୪୩ ବିଧାନସଭା ସିଟ୍ ରହିଛି । ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୨ରେ ଶେଷ ହେଉଛି । ତେଣୁ ଏହା ପୂର୍ବରୁ ହିଁ ନିର୍ବାଚନ ଶେଷ ହେବ । ନିର୍ବାଚନ କମିଶନର ୪ ଓ ୫ ଅକ୍ଟୋବରରେ ବିହାର ଗସ୍ତ କରିଥିଲେ । ଏହି ସମୟରେ ମୁଖ୍ୟ ନିର୍ବାଚନ କମିଶନର ବିଭିନ୍ନ ରାଜନୈତିକ ଦଳ, ଅଧିକାରୀ ଏବଂ ପୋଲିସ ବିଭାଗ ସହିତ ସଂପର୍କ କରିଥିଲେ । ଏହି ସମୟରେ ଆଇନ ବ୍ୟବସ୍ଥା ଏବଂ ମତଦାନ କେନ୍ଦ୍ରର ବ୍ୟବସ୍ଥା ବିଷୟରେ ମଧ୍ୟ ତଦାରଖ କରିଥିଲେ ।

    ବିହାରରେ ଓ୍ୱାନ୍ ଷ୍ଟପ୍ ଡିଜିଟାଲ୍ ପ୍ଲାଟଫର୍ମ ମଧ୍ୟ ଆରମ୍ଭ କରାଯିବ । ବୁଥରୁ ଶହେ ମିଟର ଭିତରେ ପ୍ରାର୍ଥୀମାନେ ନିଜର ଏଜେଣ୍ଟମାନଙ୍କୁ ନିଯୁକ୍ତ କରିପାରିବେ । ସବୁ ପୋଲିଂ ଷ୍ଟେସନର ଓ୍ୱେବ୍ କାଷ୍ଟିଂ ହେବ । ୧୦୦ ପ୍ରତିଶତ ୱେବ କାଷ୍ଟିଂ ହେବ । ପୂର୍ବରୁ ଇଭିଏମରେ ବାଲାଟ୍ ପେପର କଳାଧଳା ରଙ୍ଗର ଆସୁଥିଲା । ହେଲେ ଏବେ କିନ୍ତୁ ବିହାର ନିର୍ବାଚନରେ ପ୍ରାର୍ଥୀମାନଙ୍କର ରଙ୍ଗୀନ ଫଟୋ ରହିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    14.3 ° C
    14.3 °
    14.3 °
    59 %
    1.4kmh
    6 %
    Sun
    14 °
    Mon
    25 °
    Tue
    25 °
    Wed
    26 °
    Thu
    27 °

    ସମ୍ବନ୍ଧିତ