Saturday, February 28, 2026
20.5 C
Odisha

    ଆଜି ବାରବାଟୀରେ ନେଟ୍ ପ୍ରକ୍ଟିସ୍, ଦେଖି ପାରିବେ ଦର୍ଶକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଟି-20 ଟକ୍କର ପୂର୍ବରୁ ଆଜି ବାରବାଟୀରେ ନେଟ୍ ପ୍ରକ୍ଟିସ୍ । ଆଜି ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ନେଟ୍ ପ୍ରାକ୍ଟିସ କରିବେ । ୩ ଘଣ୍ଟା ଅଭ୍ୟାସ କରିବ ଟିମ୍ ଇଣ୍ଡିଆ । ଅପରାହ୍ନ ୧ଟା୩୦ରୁ ୪ଟା୩୦ ଯାଏ ଅଭ୍ୟାସ କରିବ ଟିମ୍ ଇଣ୍ଡିଆ । ସେହିପରି ଦକ୍ଷିଣ ଆଫ୍ରିକା ଟିମ ସନ୍ଧ୍ୟା ସାଢ଼େ ୫ଟାରୁ ରାତି ୮ଟା ୩୦ ଯାଏ ଅଭ୍ୟାସ କରିବ । ଅଭ୍ୟାସ ମ୍ୟାଚ ଦେଖିବାକୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ବାରବାଟୀ ଷ୍ଟାଡିୟମ । ଗ୍ୟାଲେରୀ ନମ୍ବର ୬ ଓ ୭ରେ ଦର୍ଶକ ମାନେ ଅଭ୍ୟାସ ଦେଖି ପାରିବେ ।

    ଗତକାଲି ଦୁଇ ଦଳ ଖେଳାଳି ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି । ରାତିରେ ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଓ ଆଉ ୫ ସାଥୀ ଖେଳାଳି ଭୁବନେଶ୍ୱରରେ ପହଞ୍ଚିଥିଲେ । ଶୁବମନ୍ ଗିଲ୍, ଶିବମ ଦୁବେ, ଜିତେଶ ଶର୍ମା, ଅଭିଷେକ ଶର୍ମା ଓ ଅକ୍ଷର ପଟେଲ ପହଞ୍ଚିଥିଲେ । ଅପରାହ୍ନରେ ଟିମ୍ ଇଣ୍ଡିଆର କୋଚ୍, ସପୋର୍ଟ ଷ୍ଟାଫ୍ ଏବଂ କିଛି ଖେଳାଳି ଭୁବନେଶ୍ୱରରରେ ପହଞ୍ଚି ଥିଲେ । ହୋଟେଲ ମେଫେୟରରେ ଅଛନ୍ତି ଦୁଇ ଦଳର ସମସ୍ତ ଖେଳାଳି । କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ହୋଟେଲ ମେ ଫେୟାର । ଖେଳାଳିଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

    ଅଭ୍ୟାସ ମ୍ୟାଚ ଦେଖିବାକୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ବାରବାଟୀ ଷ୍ଟାଡିୟମ । ଗ୍ୟାଲେରୀ ନମ୍ବର ୬ ଓ ୭ରେ ଦର୍ଶକ ମାନେ ଅଭ୍ୟାସ ଦେଖି ପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.5 ° C
    20.5 °
    20.5 °
    31 %
    1.6kmh
    0 %
    Fri
    20 °
    Sat
    34 °
    Sun
    36 °
    Mon
    37 °
    Tue
    37 °

    ସମ୍ବନ୍ଧିତ