Thursday, October 1, 2026
28.5 C
Odisha

    ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତିଶ କୁମାର: ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ହେବ ଘୋଷଣା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   : ଆଜି ବିହାରରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ହେବ। ନୀତିଶ କୁମାର ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ଏବଂ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା ହୋଇପାରେ। ଏହି ଅବସରରେ ଆଜି ନୀତିଶ କୁମାର ପ୍ରଥମେ ଆମ୍ବେଦକର ଜୟନ୍ତୀରେ ରାଜ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ସକାଳ ସାଢେ ୧୦ଟାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।  ତା’ପରେ ସେ ସକାଳ ୧୦ଟା ୪୫ରେ ସଚିବାଳୟ ଅଭିମୁଖେ ଯାଇ କ୍ୟାବିନେଟର ଅନ୍ତିମ ବୈଠକରେ ଯୋଗଦେଇଥିଲେ। ମନ୍ତ୍ରୀମାନେ ସେଠାରେ ଧନ୍ୟବାଦ ଦେବା ସହ  ଫଟୋ ସେସନ୍  କରିବେ। ମିଳିଥିବା ସୂଚନା ଅନୁଯାୟୀ ନୀତିଶ କୁମାର ଆଜି ଅପରାହ୍ନ ୨ଟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଜେଡିୟୁ ବିଧାୟକ ଦଳର ଏକ ବୈଠକ ଡାକିଛନ୍ତି।

    ଏହି ବୈଠକ ପରେ, ସେ ଅପରାହ୍ନ ୩:୦୫ରେ ଲୋକଭବନରେ ପହଞ୍ଚିବେ। ସେ ଅପରାହ୍ନ ପ୍ରାୟ ୩:୧୫ରେ ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବେ। ସେ ଅପରାହ୍ନ ୩:୨୫ରେ ଲୋକଭବନ ଛାଡି ରାତି ୧୧:୩୦ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯିବେ।  ଯେଉଁଠାରୁ ସେ ବିଧାନସଭାର କେନ୍ଦ୍ରୀୟ ହଲକୁ ଯିବେ। ବିଜେପି ଆଜି ଅପରାହ୍ନ ୩ଟାରେ ବିଧାୟକମାନଙ୍କର ଏକ ବୈଠକ ଡାକିଛି।  ଯେଉଁଠାରେ ବିଧାୟକ ଦଳ ନେତାଙ୍କ ନାମ ଚୂଡ଼ାନ୍ତ ହେବ। କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବେ। ଆଜି ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବା ପରେ, ଆସନ୍ତାକାଲି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିରେ ଯୋଗଦେବାର ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ, ନୂତନ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ନୂଆ ମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    28.5 ° C
    28.5 °
    28.5 °
    71 %
    1.6kmh
    18 %
    Thu
    26 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ