Friday, September 11, 2026
26.2 C
Odisha

    ଖଜୁରୀ ଗଛରେ ଚଢ଼ି ପୂଜା କରିବା ହେଲା କାଳ, ୨୦ ଫୁଟ ତଳକୁ ଖସି ଯୁବକ ମୃତ

    ଆଗକୁ ପଢନ୍ତୁ

    ମାଲକାନଗିରି : ଖଜୁରୀ ଗଛରେ ଚଢ଼ି ପୂଜା କରିବା ହେଲା କାଳ । ୨୦ ଫୁଟ ତଳକୁ ଖସିପଡ଼ି ଯୁବକ ମୃତ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନାଲାଗୁଣ୍ଠି ପଞ୍ଚାୟତରେ ଅଘଟଣ । ମୃତକ ଏମପିଭି ୩୬ ଗାଁର ଜଗଦୀଶ ସାନା । ଗାଁରେ ବାଙ୍ଗୀୟ ସମ୍ପ୍ରଦାୟ ପକ୍ଷରୁ ଚଡକ ପୂଜା ଚାଲିଥିବା ବେଳେ ପୂଜା ପାଇଁ ଏମଭି ୭୨ ଗାଁ ନିକଟରେ ଥିବା ଏକ ଖଜୁରୀ ଗଛରେ ଯୁବକ ଜଣଙ୍କ ଚଢ଼ିଯାଇଥିଲେ । ପରେ ଅସାବଧାନଥା ଯୋଗୁଁ ଗଛରୁ ଖସି ପଡ଼ିଥିଲେ ।

    ତେବେ ଗ୍ରାମବାସୀ ଜଗଦୀଶଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଘଟଣ ପରେ ଚଡକ ପୂଜା ବନ୍ଦ ହୋଇଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.2 ° C
    26.2 °
    26.2 °
    87 %
    2.3kmh
    99 %
    Fri
    27 °
    Sat
    28 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ