Friday, October 2, 2026
22.9 C
Odisha

    ଆଜି ରିଲିଜ, ‘ସନାତନୀ’ ଓ ‘ମିଶିରି’

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଫ୍ରାଇଡେ ରିଲିଜରେ ଆଜି ମୁକ୍ତିଲାଭ କରୁଛି ଦୁଇଟି ଓଡ଼ିଆ ସିନେମା “ସନାତନୀ” ଓ” ମିଶିରି”। “ସନାତନୀ” ୨୨ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଥିବା ବେଳେ “ମିଶିରି” ୭ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି। ସିନେ ପ୍ରଯୋଜକ ବିଜୟ କାଣ୍ଡୋଇଙ୍କ ଏହା ବହୁ ପ୍ରତୀକ୍ଷିତ ସିନେମା। “ସନାତନୀ” ସିନେମାର କାହାଣୀ,ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ବାସୁଦେବ ବରାଡ଼ ଦେଇଛନ୍ତି। ସିନେମାର ସଂଳାପ ମାନସ ରଞ୍ଜନ ସାମଲ ଓ ଦୀପ୍ତି ପଟ୍ଟନାୟକ ଲେଖିଛନ୍ତି।“ସନାତନୀ” ସିନେମାରେ ନାୟକ ଭାବେ ସମ୍ବିତ ଓ ନାୟିକା ଭାବେ ଅର୍ଲିନ ଅଙ୍କିତା ଅଛନ୍ତି। ଅନ୍ୟ ଭୂମିକାରେ ପପି ସାନ୍ତୁକା, ଗୁଡୁ, ଜଗନ୍ନାଥ, ଗୋପାଳ ପ୍ରକାଶ, ବବୁଲ ପ୍ରମୁଖ ଅଭିନୟ କରିଛନ୍ତି। “ସନାତନୀ” ସିନେମାଟି ଧର୍ମାନ୍ତି କରଣକୁ ନେଇ ବିବାଦରେ ଥିଲା କିନ୍ତୁ ପ୍ରଯୋଜନା ସଂସ୍ଥା ଏହାକୁ ଖଣ୍ଡନ କରିଛି।

    ଅନ୍ୟପକ୍ଷେ ” ମିଶିରି” ଏକ ରୋମାଣ୍ଟିକ ସିନେମା। ଏହାର ହୃଦୟସ୍ପର୍ଶୀ କାହାଣୀ ଦର୍ଶକଙ୍କୁ ଖୁବ ପସନ୍ଦ ଲାଗିବ। କାହାଣୀ ପରେ ଭିନ୍ନ ମୋଡ଼ ନଉଛି। ଏହା ଯୁବପିଢିଙ୍କୁ ବେଶ ପସନ୍ଦ ଆସିବ ବୋଲି ସ୍ଥିତ ପଟ୍ଟନାୟକ କହିଛନ୍ତି। ନିର୍ମଲ ଜୈସୱାଲଙ୍କ ପ୍ରଯୋଜନା, ଲେଖକ ଭାବେ ଶିବା, ନିର୍ଦ୍ଦେଶକ ଭାବେ ଶିଶିର ଓ ପିନାକୀ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ