Friday, October 9, 2026
22.7 C
Odisha

    ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ୪ ଘଣ୍ଟା ପାଇଁ ବନ୍ଦ ରହିବ ଜଗା ଦର୍ଶନ

    ଆଗକୁ ପଢନ୍ତୁ

    ପୁରୀ : ଆଜି ୪ ଘଣ୍ଟା ଜଗା ଦର୍ଶନ ବନ୍ଦ। ଶ୍ରୀମନ୍ଦିରରେ ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି । ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ। ଏହା ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ ଦତ୍ତମହାପାତ୍ର ସେବକ ମାନେ ମହାପ୍ରଭୁଙ୍କର ବନକଲାଗି ନୀତି ସଂପନ୍ନ କରିବେ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଆଦି ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ବନକଲାଗି ନୀତି ପରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯିବ । ଏହାପରେ ପୁଣି ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ ।

    ସୂଚନାଯୋଗ୍ୟ, ଗତକାଲି ପୁରୀରେ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଥାଏ । ଗୋଲାପୀ ହୋଇଗଲା ଆକାଶର ରଙ୍ଗ । ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଗୋଲାପୀ ଆକାଶ ସୃଷ୍ଟି କରିଥିଲା ଭିନ୍ନ ଏକ ପରିବେଶ । ପୂର୍ବରୁ ମଧ୍ୟ ଆକାଶରଏଭଳି ରଙ୍ଗ ପରିବର୍ତ୍ତନ ଅନେକ ବାର ଦେଖାଦେଇଥିଲା । କିନ୍ତୁ ହଠାତ ଆକାଶର ରଙ୍ଗ ଗୋଲାପୀ ହୋଇଯିବା ସମସ୍ତଙ୍କୁ ଅଭିଭୂତ କରିଥିଲା । ସାଧାରଣତଃ ମଧ୍ୟାହ୍ନରେ ତେଜିଆନ ସୂର୍ଯ୍ୟଙ୍କୁ ସନ୍ଧ୍ୟା ହେବା ମାତ୍ରେ ଶାନ୍ତ ହୋଇ ନାଲି ରଙ୍ଗରେ ପରିବର୍ତ୍ତିତ ହେଉଥିବା ଅନେକ ଥର ଦେଖାଯାଇଥିଲା । ସୂର୍ଯ୍ୟ ଉଦୟ ଓ ଅସ୍ତ ହେବା ବେଳେ ଦିନକୁ ଦୁଇଥର ସୂର୍ଯ୍ୟର ଏପରି ନାଲି ରଙ୍ଗ ଦେଖିବାକୁ ମିଳେ । କେହି କେହି ଏହାକୁ ଭଗବାନଙ୍କ ଲୀଳା ବୋଲି କହୁଥିବା ବେଳେ କେହି ଏହାକୁ ବିଜ୍ଞାନ କାରଣ ସହ ଯୋଡ଼ିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    89 %
    1.7kmh
    5 %
    Thu
    22 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ