Saturday, July 11, 2026
29.7 C
Odisha

    ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ, ଚାରି ଦ୍ଵାରରେ ହେବ ଲଗେଜ ସ୍କାନର ବ୍ୟବସ୍ଥା

    ଆଗକୁ ପଢନ୍ତୁ

    ପୁରୀ: ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ । ଶ୍ରୀମନ୍ଦିର ଚାରିଦ୍ୱାରରେ ମେଟାଲ ଡିଟେକ୍ଟର ଦ୍ବାରା ଯାଞ୍ଚ ହେବ । ଚାରି ଦ୍ଵାରରେ ଖୁବ୍ ଶୀଘ୍ର ଲଗେଜ ସ୍କାନର ବ୍ୟବସ୍ଥା ସହ ଶ୍ରୀମନ୍ଦିର ସୁରକ୍ଷା ନେଇ ପୂର୍ବରୁ NIA ଦେଇଥିବା ପରାମର୍ଶକୁ ମଧ୍ୟ ବୈଠକରେ ଗୁରୁତ୍ଵ ଦିଆଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁରକ୍ଷା ସବ-କମିଟି ଅଧ୍ୟକ୍ଷ ଗିରିଶ ମୁର୍ମୁ ଓ ପୁରୀ ଏସପି ପ୍ରତୀକ ସିଂ ଏବଂ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ସହ ଅନେକ ଅଧିକାରୀଙ୍କୁ ନେଇ ବୈଠକ ହୋଇଥିଲା ।

    ବୈଠକରେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ସୁରକ୍ଷିତ ଦର୍ଶନ, ମୋବାଇଲ ଫୋନ୍ କଟକଣା, ଆଣ୍ଟି ଡ୍ରୋନ ଟେକ୍ନୋଲୋଜି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା । ବୈଠକ ପୂର୍ବରୁ ଶ୍ରୀମନ୍ଦିର ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ ଗିରିଶ ମୁର୍ମୁ ଓ ଅନ୍ୟାନ୍ୟ ଅଧିକାରୀ । ଏଥିସହ ଭିତ୍ତିଭୂମି ଓ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗକୁ ମଧ୍ୟ ଗୁରୁତ୍ଵ ଦିଆଯାଉଥିବା କହିଛନ୍ତି ପୁରି ଏସପି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.7 ° C
    29.7 °
    29.7 °
    67 %
    3.4kmh
    100 %
    Sat
    28 °
    Sun
    29 °
    Mon
    27 °
    Tue
    25 °
    Wed
    26 °

    ସମ୍ବନ୍ଧିତ