Friday, October 9, 2026
22.7 C
Odisha

    ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବିଜ୍ଞାନ ଶିକ୍ଷକ ଗିରଫ

    ଆଗକୁ ପଢନ୍ତୁ

    ରାଇକିଆ : ଗୁରୁ ନାଁରେ କଳଙ୍କ । ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବିଜ୍ଞାନ ଶିକ୍ଷକ ଗିରଫ । ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବିଜ୍ଞାନ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଶିକ୍ଷକ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ପାଟପୁରପାଟଣା ଗାଁର ଜିତେନ୍ଦ୍ର ମଳିକ।

    ସୂଚନା ଅନୁଯାୟୀ, ଅଭିଯୁକ୍ତ ଜିତେନ୍ଦ୍ର ଟିକାବାଲି ଥାନା ଅଞ୍ଚଳରେ ଥିବା ଏକ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ। ପୂର୍ବରୁ ସେହି ହାଇସ୍କୁଲ ହଷ୍ଟେଲରେ ମଦ୍ୟପାନ କରି ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ଥିଲା । ଏହାକୁ ଭିତ୍ତି କରି ସ୍କୁଲ କମିଟି, ଶିକ୍ଷକ ଓ ଅଭିଭାବକଙ୍କ ନିଷ୍ପତ୍ତି କ୍ରମେ ତାଙ୍କୁ ହଷ୍ଟେଲରୁ ବାହାର କରି ଦିଆଯାଇଥିଲା। ତଥାପି ସେ ସ୍ଥାନୀୟ ଅଞ୍ଚଳରେ ରହି ସ୍କୁଲକୁ ଯାଉଥିଲେ । ତେବେ ଗାଁରେ ରହିବା ବେଳେ ସେ ସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଛାତ୍ରୀଙ୍କ ମାଆ ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

    ଟିକାବାଲି ପୋଲିସ ସଂପୃକ୍ତ ଶିକ୍ଷକଙ୍କୁ ଗିରଫ କରିଛି । ଏ ନେଇ ଟିକାବାଲି ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତର ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଟିକାବାଲି ଥାନା ଅଧିକାରୀ ସମୀର କୁମାର ବେହେରା ଏନେଇ ସୂଚନା ଦେଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଣେ ଶିକ୍ଷକଙ୍କ ଏଭଳି ଅମାନୁଷିକ କାର୍ଯ୍ୟ ନେଇ ସାଧାରଣରେ ନିନ୍ଦା କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    89 %
    1.7kmh
    5 %
    Thu
    22 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ