Friday, January 9, 2026
13.3 C
Odisha

    ଆଜି ସନ୍ଧ୍ୟା 4ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଉଚ୍ଚ ମାଧ୍ୟମିତ ଶିକ୍ଷା ପରିଷଦ(CHSE) ପରିଚାଳିତ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିତ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ ଡ଼. ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି । ଆଜି ଅପରାହ୍ନ ସାଢେ 4ଟାରେ ସିଏଚଏସଇ ସମ୍ମିଳନୀ କକ୍ଷରେ ଯୁକ୍ତଦୁଇ ଇନଷ୍ଟାଣ୍ଟ ପରୀକ୍ଷା 2025ର ଫଳ ଘୋଷଣା କରାଯିବ । ସିଏଚଏସଇ ପରୀକ୍ଷା ନିୟନ୍ତ୍ରକଙ୍କ କହିବା ଅନୁସାରେ, ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ପାଇଁ 1009 ଜଣ ଆବେଦନ କରିଥିଲେ ।

    ସେମାନଙ୍କ ମଧ୍ୟରୁ 1008 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । କେବଳ ଜଣେ ପରୀକ୍ଷାର୍ଥୀ ପରୀକ୍ଷା ଦେବାରୁ ବଞ୍ଚିତ ରହିଥିଲେ । ପ୍ରକାଶଥାଉକି, ଗତ ଜୁନ୍ 25 ଏବଂ 26 ତାରିଖରେ ଯୁକ୍ତ ଦୁଇ ଇନଷ୍ଟାଣ୍ଟ ପରୀକ୍ଷା ହୋଇଥିଲା । ଏହି ପରୀକ୍ଷା ଫଳ ଓ୍ବେବସାଇଟ୍ Odisha.gov.in ରେ ପ୍ରକାଶ ପାଇବ । ଏହାପରେ ସନ୍ଧ୍ୟା 5ଟାରୁ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    13.3 ° C
    13.3 °
    13.3 °
    31 %
    1.9kmh
    21 %
    Thu
    13 °
    Fri
    25 °
    Sat
    26 °
    Sun
    27 °
    Mon
    29 °

    ସମ୍ବନ୍ଧିତ