Sunday, November 1, 2026
21.2 C
Odisha

    ଆଜି ଆଭ୍ୟନ୍ତରୀଣ ଏବଂ ଦକ୍ଷିଣ ଓଡ଼ିଶାକେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜ୍ୟରେ ପୁଣି ବର୍ଷା ଜାରି ରହିବ । ଆସନ୍ତା 21 ତାରିଖ ଯାଏଁ ପ୍ରବଳ ବର୍ଷା ହେବା ନେଇ ଆଶଙ୍କା କରାଯାଇଛି । ଆଜି ଆଭ୍ୟନ୍ତରୀଣ ଓଡ଼ିଷା ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । କିଛି ଜିଲ୍ଲାକୁ ଆଲର୍ଟ ମଧ୍ୟ କରାଯାଇଛି । ଆଜି ପୁରୀ, କୋରାପୁଟ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁରରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

    ସେହିପରି ଆସନ୍ତାକାଲି କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଏବଂ ଗଜପତିରରେ ପ୍ରବଳ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅନ୍ୟପଟେ 20 ତାରିଖରେ ମୟୂରଭଞ୍ଜ, କେନ୍ଦୁଝର ଏବଂ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।ତେବେ ଏହି ବର୍ଷା 21 ତାରିଖ ଯାଏଁ ଲାଗି ରହିବ । କିଛି ସ୍ଥାନରେ ବର୍ଷା ସାଙ୍ଗକୁ ପବନ ଏବଂ ଘଡ଼ଘଡ଼ି ମାରିବାର ମଧ୍ୟ ସମ୍ଭାବନା ରହିଥିବା ନେଇ କୁହାଯାଇଛି । ସେହିପରି 21 ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ ଏବଂ କନ୍ଧମାଳରେ ପ୍ରବଳ ବର୍ଷା ହୋଇପାରେ । ଗୁରୁବାର ଚାନ୍ଦବାଲିରେ ଅଧିକ ବର୍ଷା ହେବା ନେଇ ରେକର୍ଡ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.2 ° C
    21.2 °
    21.2 °
    95 %
    0.9kmh
    7 %
    Sun
    28 °
    Mon
    24 °
    Tue
    28 °
    Wed
    25 °
    Thu
    24 °

    ସମ୍ବନ୍ଧିତ