ନୂଆଦିଲ୍ଲୀ: ଆଜି ସାରା ଦେଶରେ ବନ୍ଦ ରହିବ ବ୍ୟାଙ୍କ ସେବା । ଧର୍ମଘଟକୁ ଓହ୍ଲାଇବେ ବ୍ୟାଙ୍କ କର୍ମଚାରୀ । ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ୍ ଫେରମ ଅଫ ବ୍ୟାଙ୍କ ୟୁନିଅନ୍ସ – UFBU । ସପ୍ତାହରେ ଦୁଇ ଦିନ ଛୁଟି ଦାବିରେ ଏହି ଆନ୍ଦୋଳନ ।
ସପ୍ତାହରେ ଦୁଇ ଦିନ ଛୁଟି ନେଇ ଜାନୁଆରୀ ୨୩ ତାରିଖ ଦିନ ଲେବର କମିଶନଙ୍କ ଆଲୋଚନାରୁ କିଛି ସୁଫଳ ନମିଳିବାରୁ ଧର୍ମଘଟ ଡାକରା ଦେଇଛି ସଂଘ । ଆଜି ବ୍ୟାଙ୍କ ବନ୍ଦ ରହିଲେ କ୍ରମାଗତ ୩ ଦିନ ଧରି ବ୍ୟାଙ୍କ ସେବା ପାଇବାରୁ ବଞ୍ଚିତ ହେବେ ଗ୍ରାହକ । ରବିବାର ଛୁଟି ପରେ ସୋମବାର ସାଧାରଣତନ୍ତ୍ର ଦିବସ ଛୁଟି ଥିଲା ।

