Friday, April 3, 2026
26.5 C
Odisha

    ଆଜି ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

    ଆଗକୁ ପଢନ୍ତୁ

    ପୁରୀ : ଦାରୁବିଗ୍ରହମାନେ ନବଦିନାତ୍ମକ ଯାତ୍ରାରେ ଯାଇ ରବିବାର ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି। ସୋମବାର ଆଷାଢ଼ ଶୁକ୍ଳ ଚତୁର୍ଥୀଯୁକ୍ତ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ରାତି ୯ଟାରୁ ବିଳମ୍ବିତ ରାତି ୨ଟା ପ୍ରାୟ ୫ଘଣ୍ଟା ଧରି ମହାପ୍ରଭୁଙ୍କ ଏହି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି। ତେଣୁ ମହାପ୍ରଭୁଙ୍କ ବନକଲାଗି ନୀତି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଦତ୍ତମହାପାତ୍ର ସେବକମାନେ ଏହି ନୀତି ସମ୍ପାଦନ କରିଥାନ୍ତି। ପ୍ରାକୃତିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକ ଲାଗି କରାଯାଇଥାଏ। ବନକଲାଗି ନୀତି ସମ୍ପନ୍ନ ପରେ ପୁଣି ଅନ୍ୟାନ୍ୟ ନୀତିକାନ୍ତି ଓ ଦର୍ଶନ ସ୍ବାଭାବିକ ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.5 ° C
    26.5 °
    26.5 °
    46 %
    1.9kmh
    0 %
    Fri
    40 °
    Sat
    39 °
    Sun
    36 °
    Mon
    37 °
    Tue
    40 °

    ସମ୍ବନ୍ଧିତ