Monday, March 30, 2026
33.2 C
Odisha

    ଆତଙ୍କବାଦୀ ସାଜି ଭାରତରେ ପ୍ରବେଶ କରିଛନ୍ତି ପାକିସ୍ତାନର ପୂର୍ବତନ ଯବାନ

    ଆଗକୁ ପଢନ୍ତୁ

    ଜାମ୍ମୁ କାଶ୍ମୀର: ଜମ୍ମୁ-କଶ୍ମୀରର ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ହାତ ରହିଛି। ସେନାର ଯବାନମାନେ ଆଧୁନିକ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ଏବଂ ହେଲମେଟ୍‌ ପିନ୍ଧିଥିଲେ, ହେଲେ ତାଙ୍କ ମୁହଁ ଖୋଲା ରହିଥିଲା। ଆତଙ୍କବାଦୀମାନେ ଯବାନଙ୍କ ମୁହଁକୁ ଟାର୍ଗେଟ କରିଥିଲେ। ଏବେ ଉକ୍ତ ଆତଙ୍କବାଦୀଙ୍କ କନେକ୍ସନ ପାକିସ୍ତାନ ସେନା ସହ ଥିବା ସୂଚନା ମିଳିଛି। ସୋମବାର ରାତିରେ ହୋଇଥିବା ଏହି ଆକ୍ରମଣରେ ଜଣେ କ୍ୟାପଟେନ୍‌ଙ୍କ ସହ ଜମ୍ମୁ କଶ୍ମୀରର ୪ ପୋଲିସ ଶହୀଦ ହୋଇଥିଲେ। ତେବେ ଉକ୍ତ ଆତଙ୍କବାଦୀମାନଙ୍କୁ ଜଙ୍ଗଲର ଟ୍ରେନିଂ ଦିଆଯିବା ସହ ଯବାନମାନଙ୍କ ମୁହଁଙ୍କୁ ଟାର୍ଗେଟ କରିବାର ପ୍ରଶିକ୍ଷଣ ଦିଆଯାଇଛି। ସେମାନେ ଜମ୍ମୁ ଅଞ୍ଚଳର ଘନ ଜଙ୍ଗଲରେ ଲୁଚି ରହିଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ ସେମାନେ ବିଦେଶୀ ଆତଙ୍କବାଦୀ ହୋଇଥିବା ବେଳେ ପାକିସ୍ତାନର ପୂର୍ବ ସୈନିକ ହୋଇପାରନ୍ତି। ତାଙ୍କୁ ଭଡ଼ାରେ ସୈନିକ ଭାବେ ଅଣାଯାଇଛି। କାରଣ ଜଙ୍ଗଲରେ ଲୁଚିବାର ଉଚ୍ଚ ପ୍ରଶିକ୍ଷଣ ଯବାନମାନଙ୍କ ଏକ ବୈଶିଷ୍ଟ୍ୟତା। ନିଜର ଏହି ଟ୍ରେନିଂ ଯୋଗୁ ସେମାନେ ବାହାର ଦୁନିଆ ସହ ଯୋଗାଯୋଗ ବିନା ଅନେକ ଦିନ ଧରି ଜୀବିତ ରହିପାରନ୍ତି। ନିକଟରେ କଠୁଆରେ ସେନାର ଗାଡ଼ି ଉପରେ ଗ୍ରେନେଡ୍‌ ଆକ୍ରମଣ ସମୟରେ ଆତଙ୍କବାଦୀମାନେ ବଡିକ୍ୟାମ୍‌ ଲଗାଇଥିଲେ। ସେମାନେ ଏହା ଜରିଆରେ ଆକ୍ରମଣର ଫଟୋ ପଠାଉଥିଲେ। ଏଥିରୁ ସେମାନଙ୍କୁ ଟେକ୍ନୋଲୋଜି ବ୍ୟବହାର କରିବାର ଟ୍ରେନିଂ ଦିଆଯାଇଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ