Saturday, March 21, 2026
19.7 C
Odisha

    ଆତ୍ମନିର୍ଭରଶୀଳ ନୀତିରେ ଆକର୍ଷିତ ହୋଇ ଆତ୍ମସମର୍ପଣ କଲେ ୬ ମାଓବାଦୀ

    ଆଗକୁ ପଢନ୍ତୁ

    ସୀମାନ୍ତ ଛତିଶଗଡ଼ରେ ଲଗାତାର ମାଓ ଦମନରେ ପୁଲିସକୁ ସଫଳତା ମିଳିବାରେ ଲାଗିଛି। ଏହି କ୍ରମରେ ପୁଣି ୬ ଜଣ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଦନ୍ତେୱାଡା ଜିଲ୍ଲାରେ ଅବସ୍ଥାପିତ ସିଆରପିଏଫ ଯବାନଙ୍କର ଲଗାତାର ଅପରେସନ ଏବଂ ଲୋକଙ୍କୁ ମୁଖ୍ୟସ୍ରୋତରେ ଯୋଡି ନକ୍ସଲଙ୍କୁ ଆତ୍ମସମର୍ପଣ କରାଇବାରେ ସଫଳତା ହାସଲ କରୁଛନ୍ତି।

    ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରୁ ମିଲିସିଆ ଡେପୁଟି କମାଣ୍ଡର ହୁଙ୍ଗା ଅରଫ ତହରେନ୍ଦ୍ର କୁମାର,ଆୟତେ ମୁଚାକି, ସିଏନଏମ ସଦସ୍ୟା ଶାନ୍ତି ଅରଫ ଜିମ୍ମେ କରାମ, ହୁଙ୍ଗି ସୋଡି, ହିଡମେ ମାରକମ ଏବଂ ଯୋଗୀ ସୋଡି। ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କୁ ୨୫ ହଜାର ଟଂକା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ସମସ୍ତଙ୍କୁ ଥଇଥାନ କରାଯିବ।

    ସୁକମା ପୁଲିସକୁ ମିଳିଛି ଆଉ ଏକ ବଡ ସଫଳତା। ଜଂଗଲରେ ଅପରେସନ ବେଳେ ୨ ମାଓବାଦୀକୁ ଗିରଫ କରିବାରେ ଜିଲ୍ଲା ପୁଲିସ ସଫଳ ହୋଇଛି। ସୁକମା ଜିଲ୍ଲାର ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ତାଡମେଟଲା ଅଂଚଳରେ ଜିଲ୍ଲା ପୁଲିସ ଏବଂ ଡିଆରଜି ଯବାନ ସର୍ଚ୍ଚ ଅପରେସନ କରୁଥିଲେ।ଜଂଗଲରେ ଯବାନଙ୍କୁ ଦେଖି କିଛି ବ୍ୟକ୍ତି ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ତୁରନ୍ତ ଯବାନ ଜଂଗଲକୁ ଘେରି ଦୁଇ ଜଣ ବ୍ୟକ୍ତିଙ୍କୁ କାବୁ କରି ପଚରାଉଚରା କରିଥିଲେ। ପଚରାଉଚରା ବେଳେ ଦୁହେଁ ନକ୍ସଲ ସଂଗଠନରେ କାମ କରୁଥିବା କହିବା ସହ ଲ୍ୟାଣ୍ଡମାଇନ ଖଞ୍ଜିବା ସେମାନଙ୍କର କାମ ଥିବା କହିଥିଲେ। ଗିରଫ ହୋଇଥିବା ଦୁଇ ନକ୍ସଲ ହେଲେ ସୋଡି ଦୁଲା ଏବଂ ମାଡ଼ବୀ ବୁଦରା। ଗତ ୨୦୨୩ ମସିହାରେ ମେନପା ଅଂଚଳରେ ଲ୍ୟାଣ୍ଡମାଇନ ଖଞ୍ଜି ଦୁଇ ଯବାନଙ୍କୁ ଆହତ କରିଥିଲେ। ତେବେ ଏହି ଦୁଇ ନକ୍ସଲ ଗିରଫ ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.7 ° C
    19.7 °
    19.7 °
    79 %
    0.7kmh
    99 %
    Sat
    32 °
    Sun
    33 °
    Mon
    34 °
    Tue
    37 °
    Wed
    37 °

    ସମ୍ବନ୍ଧିତ