Wednesday, December 25, 2024
18.1 C
Odisha

    ଆଦର୍ଶ ଗୁରୁ ରାଧାକୃଷ୍ଣନ

    ଆଗକୁ ପଢନ୍ତୁ

    ପ୍ରତିବର୍ଷ ସେପ୍ଟେମ୍ବର ମାସ ପାଞ୍ଚ ତାରିଖ ଦିବସଟିକୁ ଭାରତରେ ଗୁରୁ ଦିବସ ରୂପେ ପାଳନ କରାଯାଏ । ଏହା ଗୁରୁଙ୍କ ନିମନ୍ତେ ସମର୍ପିତ ଏକ ପବିତ୍ର ଦିବସ । ୧୮୮୮ ମସିହା ସେପ୍ଟେମ୍ବର ମାସ ପାଞ୍ଚ ତାରିଖ ଦିନ ଜଣେ ମହାନ ଗୁରୁଙ୍କର ଜନ୍ମ ହୋଇଥିଲା । ତାଙ୍କ ନାମ ଥିଲା ସର୍ବପଲ୍ଲୀ ରାଧାକୃଷ୍ଣନ । ସେ ଆନ୍ଧ୍ରପ୍ରଦେଶ ର ତିରୁତାନି ନାମକ ଏକ ଗ୍ରାମରେ ଗୋଟିଏ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ବୀରସ୍ଵାମୀ ଓ ମତାଙ୍କ ନାମ ସୀତାମ୍ମା ଥିଲା ।

    ରାଧାକୃଷ୍ଣନଙ୍କ ପୂର୍ବପୁରୁଷ ପୁରୁଣା ସହର ମାନ୍ଦ୍ରାଜଠାରୁ ଦୁଇଶହ ମାଇଲ ଦୂର ଏକ ଅନୁନ୍ନତ ଗ୍ରାମ ସର୍ବପଲ୍ଲୀଠାରେ ବାସ କରୁଥିଲେ । ଏହା ବଙ୍ଗୋପସାଗର ନିକଟରେ ଅବସ୍ଥିତ ଥିଲା । ପରେ ସେମାନେ ସର୍ବପଲ୍ଲୀ ଗ୍ରାମ ପରିତ୍ୟାଗ କରି ତିରୁତାନି ଗ୍ରାମକୁ ଆସି ବାସ କଲେ । ଦକ୍ଷିଣ ଭାରତର ପରମ୍ପରା ଅନୁସାରେ ଗ୍ରାମର ନାମତି ବ୍ଯକ୍ତିର ନାମ ପୂର୍ବରୁ ଯୋଡ଼ାଯାଇ ବ୍ଯକ୍ତିର ବାସସ୍ଥାନର ନାମ ସୂଚେଇ ଦିଆଯାଉଥିଲା ।

    ରାଧାକୃଷ୍ଣନ ଥିଲେ ପିତାମାତାଙ୍କର ଦ୍ଵିତୀୟ ସନ୍ତାନ । ତାଙ୍କୁ ବାଦ ଦେଇ ରାଧାକୃଷ୍ଣନଙ୍କ ପରିବାରରେ ଭାଇଭଉଣୀ ମିଶି ଆଉ ଚାରିଜଣ ଥିଲେ । ରାଧାକୃଷ୍ଣନଙ୍କ ପିତା ଜଣେ ଅତ୍ୟନ୍ତ ଧର୍ମପରାୟଣ ବ୍ୟକ୍ତି ଥିଲେ । ସହଜେ ତ ଜନ୍ମ ତାଙ୍କର ପବିତ୍ର ବିପ୍ରକୁଳରେ ହୋଇଥିଲା । ସେଥିପାଇଁ ଏକ ପରିମାର୍ଜିତ ସଂସ୍କାରପୂର୍ଣ୍ଣ ପରିବେଶରେ ରାଧାକୃଷ୍ଣନଙ୍କର ଜୀବନ ଗଠନ ହୋଇଥିଲା । ଯେତେ ଅଭାବ ଅନାଟନ ଥିଲେ ମଧ୍ୟ ପିତା ବୀରସ୍ଵାମୀଙ୍କର ମନର ବଳ ଭାଙ୍ଗି ନଥିଲା । ଜନ୍ମ ହେବାଠାରୁ ପାଞ୍ଚ ବର୍ଷ ଯାଏଁ ତାଙ୍କ ପାଠପଢା ଦାୟିତ୍ଵ ପିତାମାତାଙ୍କଠାରେ ନ୍ୟସ୍ତ ଥିଲା ରାଧାକୃଷ୍ଣନଙ୍କର ମାତା ମଧ୍ୟ ଧର୍ମ ପ୍ରତି ଆକୃଷ୍ଟ ହୋଇ ସ୍ବାମୀ ଓ ପୁତ୍ରକନ୍ୟାଙ୍କ ସେବାରେ ସମୟ ଅତିବାହିତ କରୁଥିଲେ ।

    ରାଧାକୃଷ୍ଣନଙ୍କ ପ୍ରାଥମିକ ଶିକ୍ଷା ତିରୁତାନି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ସମ୍ପନ୍ନ ହୋଇଥିଲା । ସେଠାରେ ସେ ତେଲୁଗୁ,ଗଣିତ,ଭୂଗୋଳ ଓ ଇଂରାଜୀ ବିଷୟ ପାଠ୍ୟକ୍ରମରେ ଶିକ୍ଷା ଆହରଣ କଲେ । ୧୨ ବର୍ଷ ବୟସରେ ସେ ପ୍ରାଥମିକ ଶିକ୍ଷା ସମାପ୍ତ କରି ପରବର୍ତ୍ତୀ ଶିକ୍ଷା ନିମନ୍ତେ ଏକ ଖ୍ରୀଷ୍ଟିୟାନ ମିଶନାରୀ ସ୍କୁଲରେ ନାମ ଲେଖାଇଲେ, କରଣ ସେତେବେଳେ ଅନେକ ବିଦ୍ୟାଳୟ ଖ୍ରୀଷ୍ଟିୟାନ ମାନଙ୍କ ଦ୍ଵାରା ପରିଚାଳିତ ହେଉଥିଲା । ଛାତ୍ର ଜୀବନରୁ ହିଁ ରାଧାକୃଷ୍ଣନ ନିଜ ଧର୍ମ ଦର୍ଶନ ବିଷୟରେ ଅଧିକ ଜାଣିବାକୁ ଆଗ୍ରହୀ ଥିଲେ । ସେ ଜଣେ ମେଧାବୀ ଛାତ୍ର ହିସାବରେ ସମସ୍ତଙ୍କ ନିକଟରେ ବେଶ ପ୍ରିୟ ପାତ୍ର ହୋଇପାରିଥିଲେ । ସେ ଏତେ ଧୀରସ୍ଥିର ପ୍ରକୃତିର ଥିଲେ ଯେ ସମସ୍ତେ କୁହନ୍ତି ରାଧାକୃଷ୍ଣନ ମାଛିକୁ ମ’ କହନ୍ତି ନାହିଁ । ଏପରିକି ସେ ଧୀରସ୍ଥିର ଓ ବୁଦ୍ଧିମାନ ସାଥି ଦେଖି ସାଙ୍ଗ ହୁଅନ୍ତି । ତାଙ୍କର ସମସ୍ତେ ଭଲ ସାଙ୍ଗସାଥି ଥିଲେ । ତାଙ୍କ ମତରେ ‘ସାଙ୍ଗ ଯେପରି, ଢଙ୍ଗ ସେପରି’ ।

    ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ସେ ଭେଲୋରର ବୁରୁହିଜ କଲେଜରେ ଏଣ୍ଟ୍ରାନ୍ସ ସହିତ ଏଫ୍ . ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହି ସମୟରେ ସେ ପବିତ୍ର ହିନ୍ଦୁ ଧର୍ମର  ବଡ଼ ବଡ଼ ଗ୍ରନ୍ଥ ସବୁ ଅଧ୍ୟୟନ କରି ହିନ୍ଧୁ ଧର୍ମ ଦର୍ଶନ ଓ ଶାସ୍ତ୍ର ଉପରେ ଗଭୀର ଭାବରେ ଅନୁଧ୍ୟାନ କରି ଅନେକ ଗୂଢ ଜ୍ଞାନତତ୍ତ୍ଵ ହାସଲ କରିଥିଲେ । ଏହି ସମୟରେ ସ୍ୱାମୀ ବିବେକାନନ୍ଦଙ୍କ ସହିତ ରାଧାକୃଷ୍ଣନଙ୍କର ଯୋଗସୂତ୍ର ରକ୍ଷା ତଥା ସାକ୍ଷାତ ଆଲୋଚନା ହୋଇଥିଲା ।

    ତାପରେ ସେ ମାଡ୍ରାସର ପ୍ରେସିଡେନ୍ସି ବିଶ୍ଵବିଦ୍ୟାଳୟରେ ଇଂରାଜୀରେ ଏମ୍ . ଏ ରେ ନାମ ଲେଖାଇଲେ । ଏହି ସମୟରେ ତାଙ୍କର ବୟସ ହୋଇଥାଏ ଷୋହଳ ବର୍ଷ । ତାଙ୍କର ବିବାହ ସମ୍ପନ୍ନ ହେଲା ଶିବାଳାମୁ ନାମକ ଦଶ ବର୍ଷ ବୟସର ଜଣେ ସୁନ୍ଦରୀ,ଗୁଣବତୀ କନ୍ୟା ସହିତ । ୧୯୦୯ ମସିହାରେ ସେ ଏମ୍ . ଏ ପାଠ୍ୟକ୍ରମରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ତାଙ୍କର ଜୀବନଶୈଳୀ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଥିଲା । ଏମ୍ . ଏ ଅଧ୍ୟୟନ ସମୟରେ ସେ ରବୀନ୍ଦ୍ରନାଥ ଟାଗୋରଙ୍କ ଉପରେ ଏକ ବହୁ ଚର୍ଚ୍ଚିତ ଗ୍ରନ୍ଥ ରଚନା କରିଥିଲେ । ଏହି ଗ୍ରନ୍ଥରେ ଥିବା ଅଲୌକିକ ଆଲୋଚନା ସମସ୍ତଙ୍କ ମନକୁ ଛୁଇଁବା ସହିତ ସେ ସ୍ବୟଂ ରବୀନ୍ଦ୍ରନାଥ ଟାଗୋରଙ୍କୁ ମଧ୍ୟ ମନ୍ତ୍ରମୁଗ୍ଧ କରିଥିଲା । ରବୀନ୍ଦ୍ରନାଥ ନିଜେ ଏ ବିଷୟରେ ରାଧାକୃଷ୍ଣନଙ୍କୁ ଏକ ପତ୍ର ଲେଖି ଜଣାଇଥିଲେ ।

    ୧୯୧୦ ମସିହାରେ ସେ ନିଜେ ପଢୁଥିବା ପ୍ରେସିଡେନ୍ସି କଲେଜରେ ଅଧ୍ୟାପନା ଆରମ୍ଭ କରିଥିଲେ । ଏହାପରେ ୧୯୧୮ ମସିହାରେ ମହୀଶୂର ବିଶ୍ଵବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବରେ ନିଯୁକ୍ତି ପାଇଥିଲେ । ନିଜର ଶିକ୍ଷକତା ବୃତ୍ତିରେ ସେ ଅତ୍ୟନ୍ତ ଅନନ୍ଦ ପାଉଥିଲେ ।

    ସେ ଅନେକ ଦିନ ଧରି କଲିକତା ମହୀଶୂର ବିଶ୍ଵବିଦ୍ୟାଳୟର କୂଳପତି ଥିଲେ । ସେ ମଧ୍ୟ ବିଲାତର ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟରେ ପ୍ରାଚ୍ୟ ଜଗତର ଧର୍ମ ଏବଂ ଦର୍ଶନର ପ୍ରଫେସର ଥିଲେ । ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟରେ ସେ ଦୀର୍ଘକାଳ କୂଳପତି ଥିଲେ ଓ ଦିଲ୍ଲୀ ବିଶ୍ଵବିଦ୍ୟାଳୟର କୁଳାଧିପତି ହୋଇଥିଲେ । ୧୯୪୯ ରୁ ୧୯୫୨ ଯାଏଁ ସେ ଋଷ ରେ ଭାରତର ରାଷ୍ଟ୍ରଦୂତ ହୋଇ ଋଷ ସହିତ ଭାରତର ତିକ୍ତତା ସମ୍ପର୍କ ଦୂରେଇ ବନ୍ଧୁତ୍ଵପୂର୍ଣ୍ଣ ସଦଭାବ ପ୍ରତିଷ୍ଠା କରିଥିଲେ । ସେଠାରୁ ଫେରି ଜବାହରଲାଲ ଓ ଆହୁରି ଅନେକ ରାଷ୍ଟ୍ରନାୟକଙ୍କ ଅନୁରୋଧ ରକ୍ଷା କରି ୧୯୫୨ ରୁ ୧୯୬୧ ଯାଏଁ ସେ ହେଲେ ଭାରତର ଉପରାଷ୍ଟ୍ରପତି । ଶେଷରେ ୧୯୬୨ ମଇ ୧୧ ତାରିଖ ଦିନ ସେ  ଭାରତର ରାଷ୍ଟ୍ରପତି ଭାବରେ ଦେଶର ସର୍ବୋଚ୍ଚ ଶାସନକର୍ତ୍ତା ଓ ପ୍ରଥମ ନାଗରିକର ପରିଚୟ ପ୍ରାପ୍ତ କଲେ ।

    ଏହି ମହାମନୀଷୀ, ଦାର୍ଶନିକ, ବିଶ୍ଵବିଖ୍ୟାତ ଶିକ୍ଷାବିତଙ୍କ ଜୀବନରେ ଅବସାନ ହୋଇଥିଲା ୧୯୭୮ ମସିହା ଏପ୍ରିଲ ମାସ ୧୭ ତାରିଖରେ । ସେ ଯେହେତୁ ଶିକ୍ଷକ ଭାବରେ ନିଜକୁ ଅତ୍ୟନ୍ତ ଗୌରବାନ୍ଵିତ ମନେ କରୁଥିଲେ, ତେଣୁ ଜବାହରଲାଲ ନେହେରୁଙ୍କ ପରି ଜନନାୟକଙ୍କ ଅନୁରୋଧକ୍ରମେ ନିଜ ଜନ୍ମଦିବସକୁ ଗୁରୁଦିବସ ରୂପେ ପାଳିବାକୁ ଉତ୍ସାହୀ ହୋଇଥିଲେ । ସେ ରାଷ୍ଟ୍ରପତି ପଦରେ ମଣ୍ଡିତ ହେବା ବର୍ଷ ଅର୍ଥାତ ୧୯୬୨ ମସିହା ସେପ୍ଟେମ୍ବର ୫ ତାରିଖଠାରୁ ପ୍ରତିବର୍ଷ ଗୁରୁଦିବସ ପାଳିତ ହୋଇଆସୁଛି । କାରଣ ପ୍ରକୃତ ଅର୍ଥରେ ସେ ଥିଲେ ଜଣେ ଆଦର୍ଶ ଗୁରୁ ।

    Research and Story by- Niranjan Pati

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18.1 ° C
    18.1 °
    18.1 °
    97 %
    1.6kmh
    94 %
    Wed
    18 °
    Thu
    26 °
    Fri
    28 °
    Sat
    30 °
    Sun
    29 °

    ସମ୍ବନ୍ଧିତ