Monday, March 3, 2025
35.8 C
Odisha

    ଆଧୁନିକ ଜ୍ଞାନ କୌଶଳ ଉପଯୋଗ କରି ଷ୍ଟ୍ରବେରୀ ଫଳାଇଛନ୍ତି ଚାଷୀ, ମିଳୁଛି ଲାଭ ହିଁ ଲାଭ

    ଆଗକୁ ପଢନ୍ତୁ

    କୁନି କୁନି ଗଛରେ ଫଳିଛି ପେନ୍ଥା ପେନ୍ଥା ଷ୍ଟ୍ରବେରୀ । ଉପାନ୍ତ ଅଞ୍ଚଳରେ ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରୁଛି ଷ୍ଟ୍ରବେରୀ । କ୍ଷେତରେ ଫଳିଥିବା ଫଳକୁ ଦେଖି ଆନନ୍ଦ ଉପଭୋଗ କରୁଛନ୍ତି ଲୋକେ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନ ବଡ଼କୁମାରୀର ଜ୍ୟୋତିର୍ମୟଙ୍କ କ୍ଷେତରେ ଫଳିଛି ଷ୍ଟ୍ରବେରୀ । ସରକାରଙ୍କ ସହଯୋଗ, ଉଦ୍ୟାନ କୃଷି ବିଭାଗର ପ୍ରଚେଷ୍ଟା ଓ ନିଜ ପରିଶ୍ରମ ବଳରେ ଆଧୁନିକ ଜ୍ଞାନ କୌଶଳ ଉପଯୋଗ କରି ଜୈବିକ ପଦ୍ଧତିରେ ଷ୍ଟ୍ରବେରୀ ଚାଷ କରିଛନ୍ତି । ପୋଷଣ ଯୋଗାଉଥିବା ଏହି ଲାଲ ଟହ ଟହ ଷ୍ଟ୍ରବେରୀକୁ ଉମରକୋଟ ଭଳି ଅଞ୍ଚଳରେ ଚାଷ କରି ଲାଭବାନ ହୋଇଛନ୍ତି ଜ୍ୟୋତିର୍ମୟ ।

    ଏହା ଏକ ଲାଭଦାୟକ ଫସଲ, ପ୍ରଥମ ଥର ପାଇଁ ଷ୍ଟ୍ରବେରୀ ଚାଷ କରି ଏଥିରେ ସଫଳ ହୋଇଛନ୍ତି ଜ୍ୟୋତିର୍ମୟ । ବିଭିନ୍ନ ପ୍ରକାର ପନିପରିବା ସହ ମକାଚାଷ କରିବା ସହ ଉଦ୍ୟାନ କୃଷି ବିଭାଗର ସହଯୋଗରେ ନିଜ ଚାଷଜମିରେ ଗୋଟିଏ ଏକର ଷ୍ଟ୍ରବେରୀ ଚାଷ କରି ଲୋକଙ୍କୁ ଯୋଗାଇ ଦେଉଛନ୍ତି । ନୂତନ ଜ୍ଞାନ କୌଶଳ ବ୍ୟବହାର କରି ଧାଡିକୁ ଧାଡି ଚାରା ରୋପଣ ଓ ଜଳ ଯୋଗାଣ ପାଇଁ ସୁବ୍ୟବସ୍ଥା କରି ଷ୍ଟ୍ରବେରୀ ଚାଷ କରାଯାଇଛି । ଷ୍ଟ୍ରବେରୀକୁ ବ୍ୟବସାୟୀମାନେ ଜମିକୁ ଆସି ବ୍ୟବସାୟ ପାଇଁ ନେଉଥିବା ବେଳେ ଆଖପାଖ ଅଞ୍ଚଳର ଲୋକେ ନିଜ ଘର ପାଇଁ କିଲୋ ଦୁଇ କିଲୋ ନେଇଥାନ୍ତି । ଏହି ଅଞ୍ଚଳରେ ପ୍ରଥମଥର ପାଇଁ ଷ୍ଟ୍ରବେରୀ ଚାଷ ହୋଇଥିବାରୁ ଲୋକେ ଦେଖିବାକୁ ଆସୁଛନ୍ତି ।

    ବର୍ତ୍ତମାନ ଉମରକୋଟ ଅଞ୍ଚଳରେ ଷ୍ଟବେରୀର ଚାହିଦା ରହିଛି । ଉମରକୋଟ ବଜାରରେ ଷ୍ଟ୍ରବେରୀ କିଲୋପ୍ରତି ୧୫୦ ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି । ଆସନ୍ତା ବର୍ଷ ଅଧିକ ଜମିରେ ଚାଷ ପାଇଁ ଯୋଜନା କରିଥିବା ବେଳେ ଅନ୍ୟ ଚାଷୀଙ୍କୁ ମଧ୍ୟ ଷ୍ଟ୍ରବେରୀ ଚାଷ କରିବାକୁ କହିଛନ୍ତି । ଅନ୍ୟପଟେ ଷ୍ଟ୍ରବେରୀ ଚାଷରୁ ପ୍ରତି ବର୍ଷ ୪ ରୁ ୫ ଲକ୍ଷ ଲାଭ ହୋଇ ପାରିବ ବୋଲି କହିଛନ୍ତି ଜ୍ୟୋତିର୍ମୟ ।

    ପୂର୍ବରୁ ବାହାର ରାଜ୍ୟରୁ ଷ୍ଟ୍ରବେରୀ ଆସୁଥିଲା । ସେଥିରୁ ଅନେକ ନଷ୍ଟ ମଧ୍ୟ ହେଉଥିଲା ଏବଂ କିଲୋପ୍ରତି ଅଧିକ ଦାମରେ ବିକ୍ରି କରିବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଉତ୍ପାଦନ ହେଉଥିବା ଯୋଗୁଁ ଲୋକେ ଫ୍ରେସ ଜିନିଷ କମ ଦାମରେ ପାଇ ପାରୁଛନ୍ତି । ତେଣୁ ଲୋକେ ଖୁସିରେ ଷ୍ଟ୍ରବେରୀ କିଣି ଘରକୁ ନେଉଛନ୍ତି । ସେହିଭଳି ସ୍ଥାନୀୟ ଅଞ୍ଚଳର ଷ୍ଟ୍ରବେରୀ ଦେଖି ଖୁସି ଲାଗୁଛି ଓ ଏହାର ଦାମ ମଧ୍ୟ ଅଧିକ ନାହିଁ । ତେଣୁ ଆମେ ଘରକୁ ନେଉଛୁ ବୋଲି କହିଛନ୍ତି ଖାଉଟି ।

    ପ୍ରତି ଏକରରେ ୨୨,୦୦୦ ଚାରା ଲାଗିଥାଏ ଏବଂ ଏହାର ମୂଲ୍ୟ ପ୍ରାୟ ୩ ଲକ୍ଷ ୫୨ ହଜାର ଟଙ୍କା । ଯାହାକି ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେଇଥାନ୍ତି । ଷ୍ଟ୍ରବେରୀ ଚାଷ ପାଇଁ ଏହି ଅଞ୍ଚଳରେ ଉପଯୁକ୍ତ ଜଳ ବାୟୁ ରହିଛି । ଷ୍ଟ୍ରବେରୀ ଚାଷରୁ ପ୍ରାୟ ୮ ରୁ ୯ ଲକ୍ଷ ପର୍ଯ୍ୟନ୍ତ ଲାଭ ମିଳିବ । ଅନ୍ୟପଟେ ଷ୍ଟ୍ରବେରୀ ଶରୀର ପାଇଁ ବେଶ ହିତକର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    35.8 ° C
    35.8 °
    35.8 °
    18 %
    4kmh
    13 %
    Mon
    36 °
    Tue
    36 °
    Wed
    37 °
    Thu
    35 °
    Fri
    37 °

    ସମ୍ବନ୍ଧିତ