Monday, September 28, 2026
29.4 C
Odisha

    ଆଜିଠାରୁ ଭିତର ରତ୍ନଭଣ୍ଡାର ଗଣତି ମଣତି, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଖୋଲାଯିବ ରତ୍ନଭଣ୍ଡାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ବାହାର ରତ୍ନଭଣ୍ଡାର ଗଣତିମଣତି ଶେଷ ହୋଇଛି । ଆଜିଠାରୁ ଭିତର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ହେବ। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭିତର ରତ୍ନ ଅଳଙ୍କାରର ହେବ ଗଣତି ମଣତି । ଏହି କାର୍ଯ୍ୟ କିଭଳି ସୁରୁଖୁରୁରେ ସଂପନ୍ନ ହେବ, ସେଥିପାଇଁ ଗତକାଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଆଲୋଚନା କରାଯାଇଛି । ଗଣତି ମଣତି ସମୟରେ ଠାକୁରଙ୍କ ନୀତି କାନ୍ତି ଓ ଶ୍ରଦ୍ଧାଳୁଙ୍କ ଦର୍ଶନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।

    ଟ୍ରେଜେରୀରୁ ଚାବି ଆସିବା ପରେ ଖୋଲିବ ଭିତର ରତ୍ନଭଣ୍ଡାର । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରତ୍ନଭଣ୍ଡାର ଖୋଲାଯାଇ ଗଣତି ମଣତି କରାଯିବ। ଏସଓପି ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ। ଆସନ୍ତାକାଲି ମହାବିଷୁବ ସଂକ୍ରାନ୍ତି ଥିବାରୁ ଗଣତି ମଣତି ବନ୍ଦ ରହିବ। ଏହାପରେ ୧୬ ରୁ ୧୮ ଯାଏଁ ଆଉ ଏକ ପର୍ଯ୍ୟାୟରେ ଗଣତି ମଣତି କରାଯିବ ।

    ସୂଚନାଯୋଗ୍ୟ, ଦ୍ଵିତୀୟ ପର୍ଯ୍ୟାୟର ୪ ଦିନ ଧରି ଚାଲିଥିବା ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ ହୋଇଥିଲା । ସମସ୍ତ ସେବାୟତଙ୍କ ସହଯୋଗରେ ଏହା ସଂପୂର୍ଣ୍ଣ ହୋଇଥିଲା । ୧୩ ତାରିଖରୁ ତୃତୀୟ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରର ଗଣତି ମଣତି ହେବ ବୋଲି କୁହାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    29.4 ° C
    29.4 °
    29.4 °
    68 %
    2.9kmh
    13 %
    Mon
    28 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ