Tuesday, March 31, 2026
29.8 C
Odisha

    ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଗ୍ୟାସ୍ ଲିକ୍, ଅନେକ ସ୍ଥାନରେ ଲାଗିଛି ନିଆଁ, ଲୋକ ଭୟଭୀତ

    ଆଗକୁ ପଢନ୍ତୁ

    ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ଆମ୍ବେଦକର କୋନାସୀମା ଜିଲ୍ଲାରେ ଗ୍ୟାସ୍ ଲିକ୍ । ରାଜୋଲୁ ଟାଉନରେ ଇରୁସୁମାଣ୍ଡା ଏବଂ ମଲିକପୁରମ ମଣ୍ଡଳରେ ଓଏନଜିସି ଗ୍ୟାସ ଲିକ୍ ଯୋଗୁଁ ଆତଙ୍କ ଖେଳିଯାଇଛି । ଗ୍ୟାସ୍ ଲିକ୍ ଯୋଗୁଁ ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି । ସ୍ଥାନୀୟ ଲୋକ ଗ୍ୟାସ୍ ଲିକ୍ ନେଇ ଓଏନଜିସି ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହା ଜଣାପଡିବା ସ୍ଥାନୀୟ ଅଞ୍ଚଳକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

    ଅଗ୍ନିଶମ ଟିମର ଜଣେ ଅଧିକାରୀଙ୍କ କହିବା ମୁତାବକ, ମଲକୀପୁରମ ମଣ୍ଡଳରେ ଇରୁସୁମୁଣ୍ଡା ଗାଁରେ ଗ୍ୟାସ୍ ଲିକ୍ ହୋଇଛି । ଘଟଣା ବିଷୟରେ ଏଏନଜିସି ଅଧିକାରୀଙ୍କୁ ସୂଚନା ଦିଆଯାଇଛି । ଏଏନଜିସି ଅଧିକାରୀ, ଫାୟର ବ୍ରିଗେଡ ଏବଂ ପୋଲିସ କର୍ମଚାରୀ ସହିତ ମିଶି ନିଆଁକୁ ଆୟତ୍ତ କରୁଛନ୍ତି । ଘଟଣାରେ ଗାଁ ଲୋକ ଭୟଭୀତ ରହିଛନ୍ତି ।

    ଗ୍ୟାସ୍ ଲିକ୍ ଯୋଗୁଁ ଆଖାପାଖ ଗାଁର ବିଦ୍ୟୁତ ସେବା ବ୍ୟାହତ ହୋଇଛନ୍ତି । ସ୍ଥିତି ପରଖିବା ପାଇଁ ଓଏନଜିସିର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି । ଲିକ୍ ଗ୍ୟାସ୍ ବନ୍ଦ କରିବାକୁ ଚେଷ୍ଟା ଜାରି ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.8 ° C
    29.8 °
    29.8 °
    32 %
    1.5kmh
    76 %
    Tue
    29 °
    Wed
    39 °
    Thu
    40 °
    Fri
    40 °
    Sat
    40 °

    ସମ୍ବନ୍ଧିତ