ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶ ଆମ୍ବେଦକର କୋନାସୀମା ଜିଲ୍ଲାରେ ଗ୍ୟାସ୍ ଲିକ୍ । ରାଜୋଲୁ ଟାଉନରେ ଇରୁସୁମାଣ୍ଡା ଏବଂ ମଲିକପୁରମ ମଣ୍ଡଳରେ ଓଏନଜିସି ଗ୍ୟାସ ଲିକ୍ ଯୋଗୁଁ ଆତଙ୍କ ଖେଳିଯାଇଛି । ଗ୍ୟାସ୍ ଲିକ୍ ଯୋଗୁଁ ବିଭିନ୍ନ ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି । ସ୍ଥାନୀୟ ଲୋକ ଗ୍ୟାସ୍ ଲିକ୍ ନେଇ ଓଏନଜିସି ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହା ଜଣାପଡିବା ସ୍ଥାନୀୟ ଅଞ୍ଚଳକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅଗ୍ନିଶମ ଟିମର ଜଣେ ଅଧିକାରୀଙ୍କ କହିବା ମୁତାବକ, ମଲକୀପୁରମ ମଣ୍ଡଳରେ ଇରୁସୁମୁଣ୍ଡା ଗାଁରେ ଗ୍ୟାସ୍ ଲିକ୍ ହୋଇଛି । ଘଟଣା ବିଷୟରେ ଏଏନଜିସି ଅଧିକାରୀଙ୍କୁ ସୂଚନା ଦିଆଯାଇଛି । ଏଏନଜିସି ଅଧିକାରୀ, ଫାୟର ବ୍ରିଗେଡ ଏବଂ ପୋଲିସ କର୍ମଚାରୀ ସହିତ ମିଶି ନିଆଁକୁ ଆୟତ୍ତ କରୁଛନ୍ତି । ଘଟଣାରେ ଗାଁ ଲୋକ ଭୟଭୀତ ରହିଛନ୍ତି ।
ଗ୍ୟାସ୍ ଲିକ୍ ଯୋଗୁଁ ଆଖାପାଖ ଗାଁର ବିଦ୍ୟୁତ ସେବା ବ୍ୟାହତ ହୋଇଛନ୍ତି । ସ୍ଥିତି ପରଖିବା ପାଇଁ ଓଏନଜିସିର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚିଛି । ଲିକ୍ ଗ୍ୟାସ୍ ବନ୍ଦ କରିବାକୁ ଚେଷ୍ଟା ଜାରି ରହିଛି ।

