Monday, December 8, 2025
20.2 C
Odisha

    ଆପଣଙ୍କ ଡାଏଟ୍ ପ୍ଲାନରେ ସାମିଲ କରନ୍ତୁ ଏହି ସବୁ ପନିପରିବା, ମିଳିବ ଉପଯୁକ୍ତ ପ୍ରୋଟିନ

    ଆଗକୁ ପଢନ୍ତୁ

    ପ୍ରୋଟିନଯୁକ୍ତ ଖାଦ୍ୟ ଆମ ସୁସ୍ଥ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯାହା ମାଂସପେଶୀକୁ ଗଠନ କରିବାରେ ସାହାଯ୍ୟ କରିଥାଏ । ସେତିକି ନୁହେଁ ପୋଷକଯୁକ୍ତ ଖାଦ୍ୟ ଆମକୁ ଏନର୍ଜି ଦେଇଥାଏ । ତେଣୁ ପ୍ରୋଟିନଯୁକ୍ତ ଖାଦ୍ୟ ନିଜ ଡାଏଟ ଲିଷ୍ଟରେ ସାମିଲ କରିବା ଉଚିତ୍ ।

    ଅଣ୍ଡାକୁ ପ୍ରୋଟିନର ଏକ ମୁଖ୍ୟ ଉତ୍ସ ଭାବେ ବିବେଚନା କରାଯାଏ । ୧ ଅଣ୍ଡା ଆମ ଶରୀରକୁ ପ୍ରାୟ ୬ ଗ୍ରାମ ପ୍ରୋଟିନ ଦେଇଥାଏ । ତେଣୁ ଅଧିକାଂଶ ସମୟରେ ନିରାମିଷ ଖାଦ୍ୟକୁ ପ୍ରୋଟିନର ଉତ୍ସ ବୋଲି ଅଣଦେଖା କରାଯାଏ । କିନ୍ତୁ ଏମିତି କିଛି ସବୁଜ ପନିପରିବା ରହିଛି ଯାହା ଅଣ୍ଡା ଅପେକ୍ଷା ଆମକୁ ଅଧିକ ପ୍ରୋଟିନ୍ ଯୋଗାଇବାରେ ଏକ ଭୂମିକା ନିର୍ବାହ କରିଥାଏ । ଅନେକ ସମୟରେ ନିରାମିଷ ଲୋକମାନେ ମଧ୍ୟ ଏହାକୁ ନେଇ ଚିନ୍ତାରେ ଥାଆନ୍ତି । ଆଜି ଆମେ ଆପଣଙ୍କୁ ଏକ ସେହି କିଛି ପନିପରିବା ସମ୍ପର୍କରେ ଜଣାଇବୁ ।
    ଆମେ ଆଜି ଯେଉଁ ପନିପରିବା ସମ୍ପର୍କରେ କହିବାକୁ ଯାଉଛୁ ସେହି ପନିପରିବା ମାକ୍ରୋନ୍ୟୁଟ୍ରିଏଣ୍ଟରେ ଭରପୂର । ଆପଣ ଦୈନନ୍ଦିନ ଡାଏଟରେ ଏହାକୁ ସାମିଲ କରିବା ଦ୍ବାରା ଆପଣଙ୍କର ପ୍ରୋଟିନରେ ଉନ୍ନତି ଆଣିବ । ଯାହା ଆପଣଙ୍କ ଅନେକ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ଦୂର କରିବ । ଆସନ୍ତୁ ସେହି ୫ଟି ସବୁଜ ପନିପରିବା ସମ୍ପର୍କରେ ଜାଣିବା ।

    ପାଳଙ୍ଗ :
    ପାଳଙ୍ଗ ହେଉଛି ନ୍ୟୁଟ୍ରିଏନ୍ସର ପାୱାରହାଉସ ବୋଲି କୁହାଯାଏ । ଯାହାର ଉପକାରିତା ସମ୍ପର୍କରେ ଖୁବ୍ କମ୍ ଲୋକଙ୍କୁ ଜଣା । ଗୋଟିଏ କପ୍ ରନ୍ଧା ପାଳଙ୍ଗରେ ପ୍ରାୟ ୫.୪ ଗ୍ରାମ୍ ପ୍ରୋଟିନ୍ ଥାଏ । ରନ୍ଧା ପାଳଙ୍ଗରେ ପ୍ରୋଟିନ୍ କମ୍ ମିଳିଥାଏ । ତେଣୁ ଆପଣ ଏହାକୁ ଆପଣଙ୍କ ଖାଇବା ଲିଷ୍ଟରେ ସାମିଲ କରିପାରିବେ ।

    ଡ୍ରମଷ୍ଟକ୍ :
    ଡ୍ରମଷ୍ଟିକକୁ ସଜନା ଛୁଇଁ ଭାବେ ବେଶ୍ ଜଣାଶୁଣା । ସଜନା ଛୁଇଁ ଯେତିକି ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ସେହିପରି ଏହାର ପତ୍ର ମଧ୍ୟ ଫଳପ୍ରଦ ହୋଇଥାଏ । ଏହାର ପତ୍ରରେ ପ୍ରାୟ ୨ ଗ୍ରାମର ପ୍ରୋଟିନ୍ ଥାଏ । ଯାହାକୁ ସର୍ବୋତ୍ତମ ପ୍ରୋଟିନର ଉତ୍ସ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ ।

    ବ୍ରୋକୋଲି :

    ବ୍ରୋକୋଲିରେ ଫାଇବର ଏବଂ ଭିଟାମିନ୍ ପ୍ରଚୁର ପରିମାଣର ଥାଏ । ୧୦୦ ଗ୍ରାମ ବ୍ରୋକୋଲିରେ ପ୍ରାୟ ୨.୮ ଗ୍ରାମ ପ୍ରୋଟିନ ଥାଏ । ଏଥିସହ ରନ୍ଧା ବ୍ରୋକୋଲିରେ ପ୍ରାୟ ୫.୭ ଗ୍ରାମ ପ୍ରୋଟିନ ଥାଏ । ଯାହାକୁ ଅଣ୍ଡା ସହିତ ସମାନ ବୋଲି ବିବେଚନା କରାଯାଏ । ଏତିକି ନୁହେଁ ବ୍ରୋକୋଲିରେ ଆଣ୍ଟିଅକ୍ସିଡାଣ୍ଟ, ଫୋଲେଟ୍ ଏବଂ ପୋଟାସିୟମରେ ମଧ୍ୟ ଭରପୁର ।

    ଛତୁ :
    ଧଳା ବଟମ୍ ଛତୁରେ ପ୍ରୋଟିନ ଭରପୁର ମାତ୍ରାରେ ଥାଏ । କଞ୍ଚା ଛତୁରେ ପ୍ରତି ୧୦୦ ଗ୍ରାମରେ ୩.୧ ଗ୍ରାମରପ୍ରୋଟିନ ଥାଏ । କିନ୍ତୁ ରନ୍ଧା ଛତୁରେ ପ୍ରାୟ ୫.୭ ଗ୍ରାମର ପ୍ରୋଟିନ୍ ମିଳିଥାଏ ।

    ମଟର :
    ମଟର ମଧ୍ୟ ପ୍ରୋଟିନ ସର୍ବୋତ୍ତମ ଉତ୍ସ ବୋଲି ପ୍ରମାଣିତ ହୋଇଆସୁଛି । ଯେଉଁଥିରେ ଅଣ୍ଡା ଅପେକ୍ଷା ଯଥେଷ୍ଟ ପରିମାଣର ପ୍ରୋଟିନ୍ ଏଥିରୁ ମିଳିଥାଏ ।

    ତେଣୁ ଅଣ୍ଡା ପରିବର୍ତ୍ତେ ଏହି ସବୁ ସବୁଜ ପନିପରିବା ଆପଣଙ୍କ ଡାଏଟ୍ ପ୍ଲାନରେ ସାମିଲ କରିବା ଦ୍ବାରା ଆପଣଙ୍କୁ ଆବଶ୍ୟକୀୟ ପ୍ରୋଟିନ ମିଳିବ । ଯାହା ଆପଣଙ୍କ ସୁସ୍ଥ ଶରୀର ପାଇଁ ଖୁବ୍ ପ୍ରଭାବଶାଳୀ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    20.2 ° C
    20.2 °
    20.2 °
    32 %
    1kmh
    87 %
    Mon
    26 °
    Tue
    26 °
    Wed
    26 °
    Thu
    27 °
    Fri
    27 °

    ସମ୍ବନ୍ଧିତ