Wednesday, April 8, 2026
22.9 C
Odisha

    ଆପ୍‌’କୁ ’ଆପଦା’ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ପ୍ରଧ‌ାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର (ଜାନୁଅରି ୩) ଦିଲ୍ଲୀର ଅଶୋକ ବିହାରର ରାମଲୀଳା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଛନ୍ତି। ସେଠାରେ ସେ ଅନେକ ସରକାରୀ ଯୋଜନାର ଆରମ୍ଭ ବିଷୟରେ ଆଲୋଚନା କରିବା ସହିତ ଜେଲର ୱାଲା ବାଗ୍‌ ବସ୍ତିର ମହିଳାଙ୍କୁ ଫ୍ଲାଟ୍‌ର ଚାବି ସମର୍ପିଛନ୍ତି।

    ସେଠାରେ ୧୬୭୫ଟି ଫ୍ଲାଟ୍‌ ନିର୍ମାଣ କରାଯାଇଛି। ପୂର୍ବରୁ ସେହି ସ୍ଥାନରେ ଝୁମ୍ପୁଡି ଘର ଥିବା ବେଳେ ମୋଦୀ ସେଠାରେ ଏବେ ଫ୍ଲାଟ୍‌ ନିର୍ମାଣ କରି ମହିଳାମାନଙ୍କୁ ପ୍ରଦାନ କରିଛନ୍ତି। ଏହି ଫ୍ଲାଟ୍‌ର ନାମ ଦିଆଯାଇଛି ‘ସ୍ବାଭିମାନ ଆପାର୍ଟମେଣ୍ଟ୍‌’।

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନର ନବୀକରଣ ପ୍ରସଂଗରେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍‌ଙ୍କୁ ଟାର୍ଗେଟ କରି କହିଛନ୍ତି କି ‘ମୁଁ ୪ କୋଟି ଲୋକଙ୍କୁ ଘର ଯୋଗାଇ ଦେଇଛି; ଶୀଶମହଲ ନିର୍ମାଣ କରିନାହିଁ।’

    ଦୁର୍ନୀତି ଏବଂ ସହରର ଭିତ୍ତିଭୂମି ପ୍ରତି ଅବହେଳା କରୁଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀ ଶାସକ ଦଳ ଆପ୍‌କୁ ‘ଆପଦା’ ବା ବିପର୍ଯ୍ୟାୟ ବୋଲି ସମ୍ବୋଧନ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ