Monday, September 28, 2026
30.3 C
Odisha

    ‘ଆଫା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର :  ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରୀତିରାଜ ଶତପଥୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ନୈନା ଦାଶ ତିୱାରୀଙ୍କ ଦ୍ୱାରା ପ୍ରଯୋଜିତ ଓଡିଆ ଚଳଚ୍ଚିତ୍ର ‘ଆଫା’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରମୁକ୍ତ ଘୋଷଣା କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଆଜି ଅନୁମୋଦନ କରିଛନ୍ତି ।

    ସୂଚନାଯୋଗ୍ୟ ଯେ, ଏହି ଚଳଚ୍ଚିତ୍ରଟି ଅଙ୍ଗଦାନର ବିଷୟବସ୍ତୁ ଉପରେ ଆଧାରିତ। ମାନବିକତାକୁ ପ୍ରେରଣା ଦେବା ଏବଂ ଯୁବସମାଜ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦିଗରେ ଏହି ଚଳଚ୍ଚିତ୍ରର କାହାଣୀ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏହି ଚଳଚ୍ଚିତ୍ରରେ ଦୀର୍ଘ ଦିନ ଧରି ଗୁରୁତର ରୋଗରେ ପୀଡିତ ଏକ ୧୬ବର୍ଷର ଝିଅ ନିଜ ଅଙ୍ଗଦାନ କରିବା ପାଇଁ ଆଗେଇ ଆସିଛି । ଜୀବନର ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏହି ଅସୀମ ସାହସର ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଚଳଚ୍ଚିତ୍ରଟି ଏକ ସାମାଜିକ ଆଦର୍ଶ ସୃଷ୍ଟି କରିବାରେ ସଫଳ ହେବ ବୋଲି ଆଶା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    63 %
    3.4kmh
    8 %
    Mon
    30 °
    Tue
    30 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ