Sunday, April 5, 2026
25.5 C
Odisha

    ଆଫ୍‌ଗାନିସ୍ତାନରେ ତାଲିବାନ୍‌ର ନିର୍ଦ୍ଦେଶ: ଏନ୍‌ଜିଓରୁ ମହିଳା କର୍ମଚାରୀଙ୍କୁ ହଟାଅ

    ଆଗକୁ ପଢନ୍ତୁ

    କାବୁଲ୍‌: ଆଫ୍‌ଗାନିସ୍ତାନର ତାଲିବାନ୍‌ ଶାସନ ନୂଆ ନିର୍ଦ୍ଦେଶନାମା ଜାରି କରିଛି। ଆଫ୍‌ଗାନିସ୍ତାନରେ କାମ କରୁଥିବା ବିଦେଶୀ ଏନ୍‌ଜିଓ ଓ ସଂସ୍ଥାରୁ ମହିଳା କର୍ମଚାରୀଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ପାଳନ ନହେ‌ଲେ ନିଜର କାର୍ଯ୍ୟ ବନ୍ଦ କରି ଦେଶ ଛାଡ଼ି ଚାଲିଯିବାକୁ କୁହାଯାଇଛି। ଆଫ୍‌ଗାନିସ୍ତାନର ଶାସନ ଦଖଲ କରିବା ପରେ ତାଲିବାନ୍‌ ପ୍ରଶାସନ, ସର୍ବସାଧାରଣ କ୍ଷେତ୍ରରେ ମହିଳାଙ୍କ ନିଯୁକ୍ତିକୁ ବେଆଇନ ଏବଂ ଜଣେ ମହିଳା ସର୍ବାଧିକ ୬ଷ୍ଠ ଶ୍ରେଣୀରୁ ଅଧିକ ପଢ଼ିପାରିବ ନାହିଁ ବୋଲି ଘୋଷଣା କରିଛି।
    ଏପରିକି ମହିଳାମାନେ ବ୍ୟବହାର କରୁଥିବା ପ୍ରକୋଷ୍ଠର ଝରକା ଆଦି ନିର୍ମାଣ କରିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଆଜି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ପ୍ରସଙ୍ଗରେ ସୂଚନା ଦେଇ ଆଫ୍‌ଗାନିସ୍ତାନର ଅର୍ଥନୀତି ମନ୍ତ୍ରଣାଳୟ ଲେଖିଛି, ବିଦେଶୀ ସଂସ୍ଥା, ଏନ୍‌ଜିଓର ପଞ୍ଜୀକରଣ ଓ କାର୍ଯ୍ୟର ନିରୀକ୍ଷଣ ଅଧିକାର ମନ୍ତ୍ରଣାଳୟ ହାତରେ ରହିଛି। ଏଣୁ ପୁଣିଥରେ ସତର୍କ କରାଇ ଦିଆଯାଉଛି ଯେ ବିଦେଶୀ ସଂସ୍ଥା ଓ ଏନ୍‌ଜିଓଗୁଡ଼ିକରେ ମହିଳା କର୍ମଚାରୀଙ୍କୁ ନିୟୋଜିତ କରିବା ବନ୍ଦ କରନ୍ତୁ। ଏହି ନିର୍ଦ୍ଦେଶ ଖିଲାପ କଲେ ଉକ୍ତ ସଂସ୍ଥା ସହ ସମ୍ପର୍କ ଛିନ୍ନ ଓ ଲାଇସେନ୍‌ସ ରଦ୍ଦ କରାଯିବ। ୨୦୨୨ରେ କୌଣସି ଏନ୍‌ଜିଓ କିମ୍ବା ବିଦେଶୀ ସଂସ୍ଥାରେ ଆଫ୍‌ଗାନୀ ମହିଳାଙ୍କ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲାଗିଥିଲା। ଏବେ ବିଦେଶୀ ମହିଳାଙ୍କ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    65 %
    3.2kmh
    72 %
    Sun
    25 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ