Wednesday, April 8, 2026
22.9 C
Odisha

    ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । ଓହିଓର କ୍ଲିଭଲ୍ୟାଣ୍ଡରେ ଉମାସତ୍ଯ ସାଇ ଗାଦେ ନାମକ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ଦେଇଛି ନ୍ୟୁୟର୍କସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ତାଙ୍କ ପରିବାରକୁ ଖବର ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଆମେରିକାରେ ୯ରୁ ଅଧିକ ଭାରତୀୟ କିମ୍ବା ଭାରତ ବଂଶୋଦ୍ଭବଙ୍କ ମୃତ୍ୟୁ ଘଟିଲାଣି । ତେବେ ଉମାସତ୍ଯଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଗତ ମାର୍ଚ୍ଚରେ ମିସୋରୀସ୍ଥିତ ସେଣ୍ଟ ଲୁଇରେ କୋଲକାତାର ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଅମରନାଥ ଘୋଷଙ୍କୁ ଗୁଳି କରି ହତ୍ଯା କରାଯାଇଥିଲା । ସେହିପରି ଗତ ମାର୍ଚ୍ଚରେ ବୋଷ୍ଟନ ୟୁନିଭର୍ସିଟିରେ ଅଧ୍ୟୟନରତ ଆନ୍ଧ୍ରପ୍ରଦେଶର ଜଣେ ୨୦ ବର୍ଷ ବୟସ୍କ ଛାତ୍ର ପାରୁଚୁରି ଅଭିଜିତଙ୍କୁ ହତ୍ଯା କରାଯାଇଥିଲା । ଏକ ଜଙ୍ଗଲରୁ ତାଙ୍କ ମୃତଦେହ ଠାବ ହୋଇଥିଲା । ଗତ ଫେବୃଆରୀ ୫ରେ ପୁର୍ଦୋ ବିଶ୍ବବିଦ୍ୟାଳୟରେ ୨୩ ବର୍ଷ ବୟସ୍କ ସମୀର କାମାଥଙ୍କ ମୃତଦେହ ଠାବ କରାଯାଇଥିଲା । ପୂର୍ବରୁ ବି ୨୦୧୮ ଜୁଲାଇରେ ଆମେରିକାର କାନସାସର ଏକ ରେଷ୍ଟୁରାଣ୍ଟରେ ୨୬ ବର୍ଷ ବୟସ୍କ ତଥା ମିସୋରୀ କାନସାସ ସିଟି ୟୁନିଭର୍ସିଟିରେ ଅଧ୍ୟୟନରତ ତେଲଙ୍ଗାନାର ସାରଥି କୋପୁଙ୍କୁ ଗୁଳି କରି ହତ୍ଯା କରାଯାଇଥିଲ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ