Sunday, February 8, 2026
29.2 C
Odisha

    ଆମେରିକାରେ ହଜାରରୁ ଉର୍ଦ୍ଧ୍ଵ ବିମାନ ବାତିଲ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଶୀତକାଳୀନ ଝଡ଼ ଚେତାବନୀ ଯୋଗୁଁ ଆମେରିକୀରେ ହଜାରରୁ ଅଧିକ ବିମାନ ବାତିଲ ହୋଇଯାଇଛି । ଆମେରିକାର ଜାତୀୟ ପାଣିପାଗ ସେବା ଗତକାଲି ଅପରାହ୍ନରେ(ଆମେରିକୀୟ ସମୟ) ଶୀତକାଳୀନ ଝଡ଼ର ଚେତାବନୀ ଜାରି କରିଛନ୍ତି । ଯେଉଁଥିପାଇଁ ଆଜି ସକାଳ ପର୍ଯ୍ୟନ୍ତ ବିମାନ ବାତିଲ ହୋଇଛି ।

     

    ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ପ୍ରବଳ ଶୀତକାଳୀନ ଝଡ଼ ଚେତାବନୀ ଯୋଗୁଁ ଯୁକ୍ତରାଷ୍ଟ୍ରର ବିମାନ କମ୍ପାନୀଗୁଡ଼ିକ ହଜାରରୁ ଅଧିକ ବିମାନ ବାତିଲ କରିଛନ୍ତି । ଜନ୍ ଏଫ୍ କେନେଡି ବିମାନବନ୍ଦର, ଲାଗାର୍ଡିଆ ବିମାନବନ୍ଦର ଏବଂ ଡେଟ୍ରଏଟ୍ ମେଟ୍ରୋପଲିଟାନ୍‌ ‍ୱେନ୍ କାଉଣ୍ଟି ବିମାନବନ୍ଦର ଭଳି ସମ୍ଭାବ୍ୟ ପ୍ରଭାବ ଅଞ୍ଚଳର ବିମାନବନ୍ଦରଗୁଡ଼ିକରେ ମଧ୍ୟ ଅନେକ ବିମାନ ଉଡାଣରେ ବିଳମ୍ବ ହୋଇଛି । ଜେଟ୍‌ବ୍ଲୁ ଏୟାରୱେଜ୍ ୨୨୫ଟି , ଡେଲ୍ଟା ଏୟାର ଲାଇନ୍ସ ୧୮୬ଟି, ରିପବ୍ଲିକ୍ ଏୟାରୱେଜ୍ ୧୫୫ଟି, ଆମେରିକାନ ଏୟାରଲାଇନ୍ସ ୯୬ଟି ଏବଂ ୟୁନାଇଟେଡ୍ ଏୟାରଲାଇନ୍ସ ୮୨ଟି ଉଡ଼ାଣ ବାତିଲ କରିଛି । ଆମେରିକାନ ଏୟାରଲାଇନ୍ସ ମୁଖପାତ୍ର କହିଛନ୍ତି ଯେ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଏକ ଯାତ୍ରା ସତର୍କତା ଜାରି କରାଯାଇଛି । ପ୍ରଭାବିତ ଯାତ୍ରୀ ମାନଙ୍କୁ ଶୁଳ୍କ ବିନା ଟିକଟ ଦିଆଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    12 %
    2.5kmh
    0 %
    Sun
    28 °
    Mon
    31 °
    Tue
    32 °
    Wed
    33 °
    Thu
    34 °

    ସମ୍ବନ୍ଧିତ