Sunday, October 4, 2026
22.7 C
Odisha

    ଆମେରିକାରେ ୯୦ ଫୁଟ ଉଚ୍ଚ ହନୁମାନଙ୍କ ମୂର୍ତ୍ତିକୁ ନେଇ ବିବାଦ

    ଆଗକୁ ପଢନ୍ତୁ

    ୱାଶିଂଟନ୍ : ଆମେରିକାର ଟେକ୍ସାସ ଉପକଣ୍ଠରେ ଭଗବାନ ହନୁମାନଙ୍କ ବିଶାଳ ପ୍ରତିମୂର୍ତ୍ତିକୁ ନେଇ ବିବାଦ ଠିଆ ହୋଇଛି। ଡଲାସ ପୋର୍ଟ ବର୍ଥ ଅଞ୍ଚଳର ରିପବ୍ଲିକାନ କର୍ମୀ କାର୍ଲୋସ ଟୁର୍ସିୟୋସ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହାର ଭିଡିଓ ସେୟାର କରିଛନ୍ତି। ସେ କହିଛନ୍ତି ଯେ ତୃତୀୟ ଦୁନିଆର ଲୋକମାନେ ଧୀରେ ଧୀରେ ଟେକ୍ସାସ ଓ ଆମେରିକା ଉପରେ କବଜା କରୁଛନ୍ତି।

    ଏହାକୁ ରୋକିବାକୁ ସେ ଆବେଦନ କରିଛନ୍ତି। ଏହାପରେ ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଏହାକୁ ଖୋଲାଖୋଲି ବିରୋଧ କରିଛନ୍ତି । ଏହା କୌଣସି ସରକାରୀ ଜାଗାରେ ନୁହେଁ, ବରଂ ଘରୋଇ ସମ୍ପତ୍ତିରେ ନିର୍ମିତ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ଅନେକ ଲୋକ କମେଣ୍ଟରେ ଲେଖିଛନ୍ତି ଯେ ମୂଳ ଭାରତୀୟମାନେ ଆମେରିକାରେ ଶିକ୍ଷିତ ଓ ସଫଳ ସମୁଦାୟରେ ଜଣାଯାଆନ୍ତି। ହିନ୍ଦୁମାନେ ନିଜ ଜମିରେ, ନିଜ ଅର୍ଥରେ ଏହି ମୂର୍ତ୍ତି ତିଆରି କରିଛନ୍ତି ବୋଲି ଅନେକ ଲୋକେ ପ୍ରତିକ୍ରିୟା ରଖିଛନ୍ତି। ମନ୍ଦିର ପ୍ରାଙ୍ଗଣରେ ୨୦୨୪ରେ ସ୍ଥାପିତ ହୋଇଥିବା ୯୦ ଫୁଟ ଉଚ୍ଚତାର ଏହି ମୂର୍ତ୍ତି ଅନେକ ଥର ଚର୍ଚ୍ଚାକୁ ଆସିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ