Sunday, October 4, 2026
23.6 C
Odisha

    ଗୁଗଲ ସିଇଓଙ୍କୁ ଭେଟିଲେ ମୋଦୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ଭେଟିଛନ୍ତି। ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୋଗ ଦେବାକୁ ପିଚାଇ ନୂଆଦିଲ୍ଲୀ ଆସିଥିବାବେଳେ ମୋଦୀଙ୍କ ସହ ତାଙ୍କର ସାକ୍ଷାତ ହୋଇଛି। ସାକ୍ଷାତ କାଳରେ ମୋଦୀ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଉପରେ ଭାରତ ଚଳାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ପିଚାଇଙ୍କ ସହ ଆଲୋଚନା କରିଥିଲେ। ଆଉ ଭାରତର ଏହି କାର୍ଯ୍ୟରେ ଗୁଗଲ କିପରି ସହଯୋଗ କରିପାରିବ ସେ ବାବଦରେ ମଧ୍ୟ ଆଲୋଚନା କରିଥିଲେ।

    ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଅବସରରେ ଫିନ୍‌ଲାଣ୍ଡର ପ୍ରଧାନମନ୍ତ୍ରୀ ପେଟେରୀ ଓରପୋଙ୍କୁ ମଧ୍ୟ ମୋଦୀ ସାକ୍ଷାତ କରିଛନ୍ତି। ଉଭୟ ନେତା ୧୬ତମ ଭାରତ-ଇୟୁ ଶିଖର ସମ୍ମିଳନୀ ସମୟରେ ଭାରତ-ଇୟୁ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ସମାପ୍ତିକୁ ସ୍ୱାଗତ କରିଥିଲେ। ଯାହା ସହଭାଗୀ ପ୍ରଗତି ଏବଂ ପ୍ରଗତି ତଥା ସମୃଦ୍ଧି ପାଇଁ ଏକ ଉତ୍ପେରକ ଭାବରେ କାର୍ଯ୍ୟ କରିବ। ସେମାନେ ଭାରତ-ଇୟୁ ରଣନୈତିକ ସହଭାଗୀତାର ଭାବନାରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ପ୍ରୟାସ ଜାରି ରଖିବାକୁ ପ୍ରତିବଦ୍ଧକୁ ଦୋହରାଇଥିଲେ। ଏହା ପରେ ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଭାରତ ମଣ୍ଡପମ୍‌ର ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ବିଭିନ୍ନ ଦେଶର ନେତାମାନଙ୍କୁ ଭେଟି ସ୍ବାଗତ କରିଥିଲେ। ଏହା ସହିତ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଯୋଗ ଦେଉଥିବା ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ। ଗୁରୁବାର ସକାଳ ପ୍ରାୟ ୯.୪୦ ରେ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ବିଧିବଦ୍ଧ ଭାବେ ଉଦ୍‌ଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ସହିତ ଉଦଘାଟନୀ ସମାରୋହକୁ ଫ୍ରାନ୍ସର ରାଷ୍ଟ୍ରପତି, ଜାତିସଂଘର ମହାସଚିବ ଏବଂ ବିଶ୍ୱର ବିଭିନ୍ନ ଶୀର୍ଷ ଶିଳ୍ପ ନେତାମାନେ ମଧ୍ୟ ସମ୍ବୋଧିତ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ