Sunday, March 29, 2026
39.2 C
Odisha

    ଆମେରିକୀୟ ଲଢୁଆ ଯୁଦ୍ଧ ବିମାନ F-୧୬କୁ ଖସାଇଲା ଇରାନ, IRGC କଲା ବଡ଼ ଦାବି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଉତ୍ତେଜନା ମଧ୍ୟରେ ଇରାନ ବଡ଼ ଦାବି କରିଛି । ଆମେରିକାର ସାମରିକ ଘାଟି ଏବଂ ସେମାନଙ୍କର ସାମରିକ ଘାଟି ଏବଂ ଫାଇଟର ଜେଟ୍ F-୧୬ ଲଢୁଆ ବିମାନକୁ ଟାର୍ଗେଟ୍ କରିଥିବା ଦାବି କରିଛି । ଏହା ଏକ F-16 ଲଢ଼ୁଆ ବିମାନ ଏବଂ ଏକ ଆମେରିକୀୟ MQ-9 ଡ୍ରୋନକୁ ଗୁଳି କରି ଖସାଇ ଦେଇଛି ବୋଲି କୌଣସି ଏକ ସୂତ୍ରରୁ ଜଣାପଡିଛି । କିନ୍ତୁ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ବିବୃତ୍ତି ଜାରି କରିନାହିଁ ।

    ସୂଚନାନୁଯାୟୀ, ଇରାନୀ ନାଗରିକ ଏବଂ ଇଣ୍ଡଷ୍ଟ୍ରିଆଲିଷ୍ଟ ସାଇଟସ ଉପରେ ଆକ୍ରମଣର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । IRGC ଦାବି କରିଛି ଯେ, ଏହା ଅଧିକୃତ ଅଞ୍ଚଳରେ ଅବସ୍ଥିତ ଆମେରିକା-ଇସ୍ରାଏଲୀ ଘାଟିଗୁଡ଼ିକୁ ମଧ୍ୟ ଟାର୍ଗେଟ କରିଥିଲା । ଏହା ଏକ ଆମେରିକୀୟ F-16 ଯୁଦ୍ଧ ବିମାନ ଉପରେ ଆକ୍ରମଣ କରିଛି ବୋଲି IRGC ଦାବି କରିଛି । କିନ୍ତୁ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଏହାରି ମଧ୍ୟରେ ଇରାନ, ଇସ୍ରାଏଲ ଏବଂ ଆମେରିକା ପରସ୍ପର ଉପରେ ଆକ୍ରମଣ କରୁଛନ୍ତି । ଏହି ସଂଘର୍ଷ ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39.2 ° C
    39.2 °
    39.2 °
    13 %
    4.1kmh
    4 %
    Sun
    40 °
    Mon
    41 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ