Thursday, March 12, 2026
36.4 C
Odisha

    ଆମେରିକୀୟ ଷ୍ଟୋର୍‌ରେ ଗୁଳିକାଣ୍ଡ: ଗୁଜରାଟୀ ବାପା-ଝିଅ ମୃତ, ୬ ବର୍ଷ ତଳେ ଗୁଜରାଟ ଛାଡ଼ିଥିଲେ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମେରିକାର ଭର୍ଜିନିଆରେ ଥିବା ଏକ ଡିପାର୍ଟମେଣ୍ଟାଲ ଷ୍ଟୋର୍‌ରେ ଜଣେ ୨୪ ବର୍ଷୀୟ ଭାରତୀୟ ଯୁବତୀ ଓ ତାଙ୍କ ୫୬ ବର୍ଷୀୟ ବାପାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଆକୋମାକ୍ କାଉଣ୍ଟିରେ ଷ୍ଟୋର୍‌ ଖୋଲିବାର କିଛି ସମୟ ପରେ ଗୁରୁବାର ଏହି ଗୁଳିକାଣ୍ଡ ଘଟିଥିଲା। ଡବଲ୍ ମର୍ଡର ମାମଲାରେ ପୁଲିସ ଜର୍ଜ ଫ୍ରେଜିୟର ଡେଭୋନ୍ ୱାର୍ଟନ୍ (୪୪) ନାମକ ବ୍ୟକ୍ତିକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଓ ତା’ର ସାଥୀମାନେ ଗୁରୁବାର ସକାଳେ ମଦ କିଣିବା ପାଇଁ ଦୋକାନରେ ପହଞ୍ଚି ଦୋକାନ କାହିଁକି ବନ୍ଦ ରହିଛି ବୋଲି ପଚାରିଥିଲେ। ଏହାପରେ ସେମାନେ ବାପା-ଝିଅଙ୍କ ଉପରକୁ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ପ୍ରଦୀପ ପଟେଲଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଝିଅ ଉର୍ମିଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି।  ଗୁଜୁରାଟର ମେହସାନା ଜିଲ୍ଲାର ପ୍ରଦୀପ ପଟେଲ, ତାଙ୍କ ପତ୍ନୀ ହଂସାବେନ ଏବଂ ଝିଅ ଉର୍ମି ୬ ବର୍ଷ ତଳେ ଆମେରିକା ଚାଲି ଆସିଥିଲେ। ପରେଶ ପଟେଲ ନାମକ ଜଣେ ସମ୍ପର୍କୀୟଙ୍କ ଷ୍ଟୋର୍‌ରେ ସେମାନେ କାମ କରୁଥିଲେ। ପରେଶ ପଟେଲ ଭର୍ଜିନିଆରେ ଗଣମାଧ୍ୟକୁ କହିଛନ୍ତି ଯେ ଦୁଇ ମୃତକ ତାଙ୍କ ପରିବାର ସଦସ୍ୟ। କିଛି ଲୋକ ଏଠାକୁ ଆସି ହଠାତ ଗୁଳି ଚଳାଇଥିଲେ। ଏଭଳି ଅପରାଧ ଅତ୍ୟନ୍ତ ଅପ୍ରତ୍ୟାଶିତ ଥିଲା ବୋଲି ସେ କହିଛନ୍ତି। ଏହି ଦୁଃଖଦ ଘଟଣା ମେହସାନାରେ ଥିବା ପଟେଲଙ୍କ ସମ୍ପର୍କୀୟଙ୍କୁ ସ୍ତବ୍ଧ କରିଦେଇଛି। ପ୍ରଦୀପ ପଟେଲ ଏବଂ ହଂସାବେନଙ୍କର ଆଉ ଦୁଇଟି ଝିଅ ଅଛନ୍ତି – ଜଣେ କାନାଡାରେ ଏବଂ ଅନ୍ୟଜଣେ ଅହମଦାବାଦରେ ରହନ୍ତି। ଅଭିଯୁକ୍ତ ୱାର୍ଟନ ବିରୋଧରେ ପ୍ରଥମ ଡିଗ୍ରି ହତ୍ୟା ଏବଂ ଅନ୍ୟାନ୍ୟ ଆପରାଧିକ ମାମଲା ରୁଜୁ ହୋଇଛି। ଏହି ଡବଲ ମର୍ଡର ଆମେରିକାରେ ରହୁଥିବା ଭାରତୀୟ ସମୁଦାୟଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଉତ୍ତର କାରୋଲିନାରେ ଏକ ଷ୍ଟୋର୍‌ ଚଳାଉଥିବା ୩୬ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ମୈନାଙ୍କ ପଟେଲଙ୍କୁ ଏକ ଡକାୟତି ସମୟରେ ଗୁଳିକରି ହତ୍ୟା କରାଯିବାର କିଛି ମାସ ପରେ ଏହି ଘଟଣା ଘଟିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    9 %
    2.7kmh
    0 %
    Thu
    35 °
    Fri
    39 °
    Sat
    40 °
    Sun
    40 °
    Mon
    38 °

    ସମ୍ବନ୍ଧିତ