Monday, April 6, 2026
23.6 C
Odisha

    ଆମେ ହାରିନାହୁଁ କି ଲୋକଙ୍କ ବିଶ୍ୱାସ ବି ହରାଇ ନାହୁଁ: ନବୀନ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ଆଜି ଦଳର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି। ଏହି ଅବସରରେ ଶଙ୍ଖ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦଳ ପ୍ରତି ଲୋକଙ୍କ ଭଲ ପାଇବା ଓ ବିଜେଡି ସରକାର ସମୟର ସଫଳତା ଉପରେ ଆଲୋକପାତ କରି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସେବା କରିଚାଲିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେ କହିଥିଲେ ଯେ ଓଡ଼ିଶାର ସ୍ୱାର୍ଥ ସର୍ବାଗ୍ରେ। ଏକ ଦୃଢ଼ ଆଞ୍ଚଳିକ ଦଳ ଭାବରେ ଓଡ଼ିଶା ସ୍ୱାର୍ଥର ସୁରକ୍ଷା ତଥା କେନ୍ଦ୍ର ଅବିଚାର ବିରୁଦ୍ଧରେ ବିଜେଡିର ଲଢେଇ ଜାରି ରହିବ। ଭିଡିଓ ବାର୍ତ୍ତା ଜାରି କରି ନବୀନ ପଟ୍ଟନାୟକ କହିଛନ୍ତି, ଦଳ ଗଠନ ବେଳେ କିଛି ନିନ୍ଦୁକ ଯେପରି କହିଥିଲେ ଏହି ଦଳର ଭବିଷ୍ୟତ ନାହିଁ ଏବେ ବି ସେମିତି କହୁଛନ୍ତି ଏ ଦଳ ରହିବ ନାହିଁ। ମୁଁ ଦୃଢ଼ତାର ସହ କହୁଛି, ବିଜେଡିର ଭବିଷ୍ୟତ ଉଜ୍ୱଳ। ଲୋକଙ୍କ ହକ ପାଇଁ ଲଢ଼ିଆସିଛି ଆଗକୁ ବି ଲଢ଼ିବ ।
    ୧୯୯୭ ଡିସେମ୍ବର ୨୬ତାରିଖରେ ବିଜେଡି ଦଳ ପ୍ରତିଷ୍ଠା ହୋଇଥିଲା। ବିଜୁ ବାବୁଙ୍କ ଆଦର୍ଶକୁ ସାଙ୍ଗରେ ନେଇ ବିଜୁ ପ୍ରେମୀମାନେ ଏକାଠି ହୋଇ ବିଜୁ ଜନତା ଦଳ ଗଠନ କରିଥିଲେ। କିନ୍ତୁ ସେତେବେଳେ ବହୁ ଲୋକ କହିଥିଲେ ଏ ଦଳ ବଞ୍ଚିବ ନାହିଁ। ଏ ଦଳ କେବେ ସଫଳ ହେବ ନାହିଁ । ଆଉ ମତେ କହିଥିଲେ ମୁଁ ରାଜନୀତି ଜାଣେ ନାହିଁ। କିନ୍ତୁ ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇଁ ପାଞ୍ଚ ପାଞ୍ଚ ଥର କ୍ଷମତାକୁ ଆସି ସେବା କରିବାର ସୁଯୋଗ ପାଇଛି ।

    ଗତ ୨୪ବର୍ଷ ମଧ୍ୟରେ ବିଜେଡି ସରକାର ଓଡ଼ିଶାକୁ ଏକ ସମୃଦ୍ଧ ଓ ସଶକ୍ତ ରାଜ୍ୟର ପରିଚୟ ଦେଇପାରିଛି । ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଏବେ ବାହାର ରାଜ୍ୟକୁ ଖାଦ୍ୟ ପଠାଉଛି । ଓଡ଼ିଶାରେ ଗରିବି କମିଛି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ମଡେଲ ସାଜିଛି । ନିବେଶ ବଢିଛି । ମହିଳା ସଶକ୍ତିକରଣରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ହୋଇପାରିଛି । ଓଡ଼ିଶା ସ୍ପୋର୍ଟସ କ୍ୟାପିଟାଲର ପରିଚୟ ପାଇପାରିଛି । ଓଡ଼ିଶାବାସୀଙ୍କ ଭଲପାଇବା ଓ କର୍ମୀମାନଙ୍କ ପରିଶ୍ରମ ଯୋଗୁଁ ବିଜେଡି ଆଜି ଏକ ମଜଭୁତ ଆଞ୍ଚଳିକ ଦଳ ଭାବେ ପ୍ରତିଷ୍ଠା ପାଇଛି ।

    ସମସ୍ତଙ୍କ ମନରେ ପ୍ରଶ୍ନ ଥିବ ବିଜେଡି କାହିଁକି ହାରିଲା? ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ନବୀନ୍ । ସେ କହିଛନ୍ତି, ଆମେ ହାରିନାହୁଁ । କି ଲୋକଙ୍କ ବିଶ୍ୱାସ ବି ହରାଇ ନାହୁଁ । ବିଜେପି ମିଛ ପ୍ରତିଶ୍ରୁତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ କ୍ଷମତାକୁ ଆସିଛି । ଏତେ ମିଛ କହି ମଧ୍ୟ ବିଜେପି ଆମଠୁ କମ୍ ଭୋଟ୍ ପାଇଛି । ଆମର ଭୁଲ ହେଲା, ବିଜେପି ମିଛକୁ ଆମେ ଠିକ୍ ଭାବେ କାଉଣ୍ଟର କରିପାରିଲୁ ନାହିଁ । ସୋସିଆଲ ମିଡିଆରେ ବିଜେପିର ମିଛ ପ୍ରଚାରକୁ ଆମେ ଠିକ୍ ଭାବେ କାଉଣ୍ଟର କରିପାରିଲୁ ନାହିଁ । ଆଜି ଲୋକେ ଜାଣିଲେଣି ବିଜେପି ମିଛ କଥା କହି କ୍ଷମତା ଦଖଲ କରିଛି ।
    ବର୍ତ୍ତମାନର ସରକାର ଲୋକଙ୍କୁ ବଡ଼ ଉପହାର ଦେଇଛନ୍ତି । ତାହା ହେଉଛି ଦରଦାମ୍ ବୃଦ୍ଧି । ଡାଲି, ଚାଉଳଠୁ ନେଇ, ତେଲ ଓ ପିନିପରିବା ବୃଦ୍ଧି ପାଇଛି । ପ୍ରତି ପରିବାର ଆଜି କାନ୍ଦୁଛି। ଧାନ କିଣା ବିକା ନେଇ ଚାଷୀ କାନ୍ଦୁଛି। ମିଶନ ଶକ୍ତି ମାଆମାନେ ଦୁଃଖରେ ଅଛନ୍ତି। କିନ୍ତୁ କୁମ୍ଭକର୍ଣ୍ଣ ନିଦରେ ଶୋଇଛି ଏ ସରକାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    73 %
    1.7kmh
    3 %
    Sun
    24 °
    Mon
    38 °
    Tue
    35 °
    Wed
    37 °
    Thu
    37 °

    ସମ୍ବନ୍ଧିତ