Saturday, October 4, 2025
29.9 C
Odisha

    ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ଶକ୍ତି’, ଘଣ୍ଟା ପ୍ରତି ୬୫ କିମି ବେଗରେ ବହୁଛି ପବନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ମାଡ଼ି ଆସୁଛି ବାତ୍ୟା ‘ଶକ୍ତି’। ଆରବ ସାଗରରେ ବଳ ଗୋଟାଉଛି ବାତ୍ୟା ‘ଶକ୍ତି’ । ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହା ନାଲିୟାଠାରୁ ୨୭୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ରହିଛି । ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୮ରୁ ୧୨ କିଲୋମିଟର ବେଗରେ ଗତି କରୁଛି। ଘଣ୍ଟା ପ୍ରତି ୬୫ କିମି ବେଗରେ ପବନ ବହୁଛି। ଗୁଜରାଟ-ମହାରାଷ୍ଟ୍ର ଉପକୂଳରେ ଝଡ଼ ସାଙ୍ଗକୁ ସମୁଦ୍ର ଅଶାନ୍ତ ରହିଛି । ମତ୍ସ୍ୟଜୀବୀମାନେ ଅକ୍ଟୋବର ୬ ଯାଏଁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟା ‘ଶକ୍ତି’ ର ନାମକରଣ କରିଛି ଶ୍ରୀଲଙ୍କା । ‘ଶକ୍ତି’ର ଅର୍ଥ ହେଉଛି ବଳ । ଚଳିତ ବାତ୍ୟା ଋତୁରେ ଏହା ହେଉଛି ପ୍ରଥମ ବାତ୍ୟା ।

    ଉତ୍ତରପୂର୍ବ ଆରବସାଗରରେ କେନ୍ଦ୍ରୀଭୂତ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଦ୍ୱାରକାଠାରୁ ୨୪୦ ଏବଂ ପୋରବନ୍ଦରଠାରୁ ୨୭୦ କିଲୋମିଟର ଦୂରରେ ରହିଛି ଗଭୀର ଅବପାତ । ପାକିସ୍ତାନ କରାଚିରୁ ୪୦୦ କି.ମି. ଦକ୍ଷିଣରେ ଅବସ୍ଥିତ ରହିଛି । ଗତ ୬ ଘଣ୍ଟା ହେଲା ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାକୁ ୧୩ କିଲୋମିଟର ବେଗରେ ଆଗକୁ ବଢ଼ୁଛି। ଆଗାମୀ ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବ । ଏହାର ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଭୀଷଣ ବାତ୍ୟାରେ ପରିଣତ ହେବା ଅନୁମାନ କରିଛି ଆଇଏମଡି। ଅକ୍ଟୋବର ୩ରୁ ୬ ତାରିଖ ପର୍ଯ୍ୟନ୍ତ ଅଶାନ୍ତ ରହିବ ଆରବ ସାଗର । ଗୁଜରାଟ, ଉତ୍ତର ମହାରାଷ୍ଟ୍ର ଓ ପାକିସ୍ତାନ ଉପକୂଳଅକ୍ଟୋବର ୫ ପର୍ଯ୍ୟନ୍ତ ଅତ୍ୟନ୍ତ ଅଶାନ୍ତ ରହିବ ।

    ସେପଟେ ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ଗଜପତି ଜିଲ୍ଲାରେ ଉତ୍ତରାଖଣ୍ଡ ଭଳି ଜଳ ପ୍ରଳୟର ଦୃଶ୍ୟ ଦେଖିବାକୁ ମିଳିଛି । ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି । ଘର ଭିତରେ ବି ପାଣି ପଶି ଯାଇଛି, କାର ବୁଡି ରହିଛି । କେତେକ ସ୍ଥାନରେ ରାସ୍ତା ଓ କଲଭେର୍ଟ ଉଭୟ ଭାସିଯାଇଛି। ଅନେକ ସ୍ଥାନରେ ରାସ୍ତା ଉପରେ ବିରାଟ କାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ମୋହନା ବ୍ଲକର ପାପାଏଜୁ ଗାଁ ନିକଟ ଘାଟିର ଦୁର୍ଗମ ପାହାଡ଼ରେ ଭୂସ୍ଖଳନ ହୋଇ ମାଟି ଅତଡ଼ା ଖସିଛି । ଫଳରେ ୨୦ରୁ ଅଧିକ ଗାଁକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.9 ° C
    29.9 °
    29.9 °
    67 %
    2kmh
    100 %
    Sat
    30 °
    Sun
    28 °
    Mon
    29 °
    Tue
    29 °
    Wed
    27 °

    ସମ୍ବନ୍ଧିତ