Thursday, September 10, 2026
26.1 C
Odisha

    କଟକ ଭସାଣିରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ ଘଣ୍ଟା ବନ୍ଦ ରହିଲା ମେଲାଣି

    ଆଗକୁ ପଢନ୍ତୁ

    କଟକ : କଟକରେ ଭସାଣି ବେଳେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ପୋଲିସର ଲାଠି ଚାର୍ଜ। ଢେଲାମାଡ଼ରେ ଡିସିପି ଆହତ । ଦରଘାବଜାର ସ୍ଥିତ ହାତୀପୋଖରୀ ନିକଟରେ ମାଆଙ୍କ ମେଲାଣି ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ ହୋଇଛି। ନାରାବାଜିକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି। ଏଥିରେ ୮ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତରଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି।

    ମାଆଙ୍କ ମେଲାଣି ଶୋଭାଯାତ୍ରା ସମୟରେ ବିଳମ୍ବିତ ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଢେଲା ମାଡ଼ ଓ କାଚ ବୋତଲ ମାଡ଼ ହୋଇଥିଲା। ଏଥିରେ କଟକ ଡିସିପି ଆହତ ହୋଇଛନ୍ତି । ପରିସ୍ଥିତି ଏଭଳି ହୋଇଥିଲା ଯେ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଥିଲା। ଗଣ୍ଡଗୋଳ ଉଗ୍ରରୂପ ନେବାରୁ ୫ ଘଣ୍ଟା ଧରି ମେଢ଼ ଭସାଣି ଶୋଭାଯାତ୍ରା ବନ୍ଦ ରହିଥିଲା। ମେରିଆ ବଜାର ଛକରେ ମେଢ଼ ରଖି ରାସ୍ତାରୋକ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.1 ° C
    26.1 °
    26.1 °
    89 %
    1.4kmh
    100 %
    Thu
    27 °
    Fri
    28 °
    Sat
    29 °
    Sun
    28 °
    Mon
    30 °

    ସମ୍ବନ୍ଧିତ