Thursday, September 19, 2024
23 C
Odisha

    ଆର୍ନ୍ତଜାତିକ ଗେଟ୍‌ବଲ୍ ଚମ୍ପିୟାନ୍‌ସିପରେ ଭାରତୀୟ ଟିମ୍‌ରେ ପ୍ରତିନିଧିତ୍ୱ କରିବେ ସୋଆ ପ୍ରଫେସର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ୧୬/୦୯ : ଆସନ୍ତା ମାସ ତାଓୟୁଆନ୍‌, ତାଇୱାନ ଠାରେ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ଏସିଆ ପାସିଫିକ୍ ଆର୍ନ୍ତଜାତିକ ଗେଟ୍‌ବଲ୍ ଚମ୍ପିୟାନ୍‌ସିପରେ ଭାରତୀୟ ଟିମ୍‌ରୁ ପ୍ରତିନିଧିତ୍ୱ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଜଣେ ସିନିୟର ପ୍ରଫେସର୍ ମନୋନୀତ ହୋଇଛନ୍ତି । ସୋଆର ଫାକଲ୍ଟି ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକନୋଲଜି, ଇନଷ୍ଟିଚ୍ୟୁଟ୍ ଅଫ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ଇଣ୍ଡିଆନ୍ ଗେଟ୍‌ବଲ୍ ୟୁନିୟନ ପକ୍ଷରୁ ମନୋନୀତ ହୋଇଥିବା ୭ ଜଣିଆ ଭାରତୀୟ ଟିମ୍‌ରେ ସ୍ଥାନ ପାଇଛନ୍ତି । ଅକ୍ଟୋବର ୪ ରୁ ୭ ତାରିଖ ପର୍ଯ୍ୟନ୍ତ ତାଓୟୁଆନ୍ ଠାରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ କ୍ଲାସିକ, ଟ୍ରିପିଲ୍ସ ଓ ଡବଲ୍ସ ଭିତିରେ ଖେଳାଯିବ । ଏହା ଖୁବ୍ ଆକର୍ଷଣୀୟ ଟୁର୍ଣ୍ଣାମେଂଟ ହେବ ଏବଂ ମୋ ପାଇଁ ଗୋଟିଏ ଆର୍ନ୍ତଜାତିକ ପ୍ରତିଯୋଗିତାରେ ଦେଶକୁ ପ୍ରତିନିଧିତ୍ୱ କରିବା ଗର୍ବର ବିଷୟ” ବୋଲି ସିଭିଲ୍ ଇଞ୍ଜିନିୟରିଂ ବିଭାଗର ଏହି ୬୪ ବର୍ଷୀୟ ପ୍ରଫେସର କହିଛନ୍ତି । ଭାରତୀୟ ଦଳରେ ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ରଞ୍ଜନ କୁମାର ପାତ୍ର ଅଧିନାୟକ ଏବଂ ଉମାକାନ୍ତ ପାଣି, ଶରତ କୁମାର ପାତ୍ର, ଦିଲ୍ଲିପ କୁମାର ଷଡ଼ଙ୍ଗୀ, ସର୍ବେଶ୍ୱର ବ୍ରହ୍ମାନନ୍ଦ ମହାପାତ୍ର ଖେଳାଳୀ ଭାବେ ସାମିଲ୍ ହୋଇଥିବାବେଳେ ଦ୍ୱିୟପାୟନ ପଟ୍ଟନାୟକ ଉଭୟ ଖେଳାଳୀ ଓ ମ୍ୟାନେଜର୍ ଦାୟିତ୍ୱ ବହନ କରିବେ । କ୍ରୋକେଟ୍ ଦ୍ୱାରା ପ୍ରୋତ୍ସାହିତ ହୋଇଥିବା ଗେଟ୍‌ବଲ୍ ଏକ ଗତିଶୀଳ ନନ୍ କଂଟାକ୍ଟ ଓ ହାଇଲି ଷ୍ଟାଟ୍ରେଜିକ୍ ଦଳଗତ କ୍ରୀଡା ଯାହାକି ଯେ କୌଣସି ବୟସରେ ଉଭୟ ପୁରୁଷ ଓ ମହିଳା ଖେଳି ପାରିବେ । ଏହି କ୍ରୀଡା ଜାପାନ, ଚୀନ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ଭିଏତନାମ, ଥାଇଲାଣ୍ଡ ଓ ତାଇୱାନରେ ଖୁବ୍ ଲୋକପ୍ରିୟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ