Monday, September 15, 2025
26.1 C
Odisha

    ଆଲୋବେରାର ବ୍ୟବହାର, ସବୁଦିନ ପାଇଁ ଦୂର କରିବ ଏହି ରୋଗ

    ଆଗକୁ ପଢନ୍ତୁ

    ଶକ୍ତି ବଢାଇଥାଏ : ନିୟମିତ ଭାବେ ଆଲୋବେରା ଜୁସ୍ ପିଇବା ଦ୍ବାରା ଶରୀରରେ ଶକ୍ତ ସଂଚାର ହୋଇଥାଏ । ଏହି ଜୁସରେ ଅନେକ ପ୍ରକାରର ପୋଷକ ତତ୍ବ , ଭିଟାମିନସ୍ ଏବଂ ମିନେରାଲ ରହିଛି ଯାହା ଦ୍ବାରା ଶରୀରର ଉତ୍ତମ ପରିବର୍ତ୍ତନ ଆସିଥାଏ ଏବଂ ସୁସ୍ଥ ରଖିଥାଏ । ଏହି ଜୁସ୍ ପାଇଁ ପ୍ରତିରକ୍ଷା କ୍ଷମତା ମଧ୍ୟ ବଢିଥାଏ । ୩ରୁ ୪ ଚାମଚ ଆଲୋବେରା ପାଣି ଖାଲି ପେଟରେ ସକାଳୁ ନିୟମିତ ପିଇଲେ ଫୁର୍ତ୍ତି ଲାଗିଥାଏ ।

    କେଶ ଏବଂ ତ୍ବଚାର ସୁନ୍ଦରତା ବଢାଇଥାଏ : ଆଲୋବେରା ଜୁସ୍ ପିଇବା ଦ୍ବାରା ତ୍ବଚାରେ ଚମକ ଆସିଥାଏ । ଏହାକୁ ନିୟମିତ ପିଇବା ଦ୍ବାରା ଲମ୍ବା ସମୟ ଯାଏ ଗ୍ଲେଜ୍ କମି ନଥାଏ । ଆଖି ତଳର କଳା ଦାଗ, ରୁକ୍ଷ୍ୟ ତ୍ବଚା, ବ୍ରଣ, ଖରାରେ ଝାଉଁଳି ପଡିଥିବା ତ୍ବଚା ସବୁକିଛି ସମସ୍ୟାରୁ ରକ୍ଷା ମିଳିଥାଏ । ଏହି ଜୁସକୁ ପିଇବା ଦ୍ବାରା ମଧ୍ୟ କେଶରେ ଚମକ ଆସିଥାଏ ଏହା ସହ ରୁପି ସମସ୍ୟାରୁ ଉପସମ ମିଳିଥାଏ । ଆଲୋବେରାର ରସକୁ ମେହେନ୍ଦୀରେ ମିଶାଇ କେଶରେ ଲଗାଇବା ଦ୍ବାରା କେଶର ରଙ୍ଗ ଚମକିବା ସହ ମଜଭୁତ୍ ରହିଥାଏ ।

    ଭଲ ପାଚନ : ଆଲୋବେରା ଜୁସରେ ପ୍ରଚୁର ମାତ୍ରାରେ ପାଚକ ତତ୍ବ ରହିଥାଏ । ଏହି କାରଣ ପାଇଁ ପେଟ ଜନିତ ସମସ୍ୟା ଦେଖା ଯାଇ ନଥାଏ ।

    ଓଜନ କମାଇଥାଏ : ନିୟମିତ ରୂପେ ଆଲୋବେରା ଜୁସ୍ ପିଇବା ଦ୍ବାରା ଶରୀରର ଓଜନ କମିବାକୁ ଲାଗିଥାଏ ଏବଂ ଏହାକୁ ଖାଇବା ଦ୍ବାରା ବାରମ୍ବାର ଭୋକ ହୋଇ ନଥାଏ । ଏହି ଜୁସ୍ ଶରୀରକୁ ଦୁର୍ବଳ କରି ନଥାଏ ।

    ଦାନ୍ତ ପାଇଁ ଉପକାରୀ : ଆଲୋବେରା ଜୁସ୍ ଦାନ୍ତ ପାଇଁ ଖୁବ୍ ଲାଭକାରୀ ହୋଇଥାଏ । ଏହା ଆମ ଦାନ୍ତକୁ ପରିଷ୍କାର ରଖିବା ସହ ଜିବାଣୁ ମୁକ୍ତ ମଧ୍ୟ କରିଥାଏ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.1 ° C
    26.1 °
    26.1 °
    88 %
    0.6kmh
    100 %
    Mon
    28 °
    Tue
    29 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ