Sunday, March 8, 2026
35.8 C
Odisha

    ଆଲୋଭେରା ର ଚମତ୍କାରୀ ଫାଇଦା

    ଆଗକୁ ପଢନ୍ତୁ

     

    କୌଣସି ବି କାରଣରୁ ତ୍ଵଚାରେ ଜଳାପୋଡା ହେଉଥିଲେ କିମ୍ବା ଲମ୍ବା ସମୟ ଧରି ମୁହଁରେ ବ୍ରଣ ଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ ସବୁଠାରୁ ଉତ୍ତମ ସମାଧାନ ଭାବରେ ଆଲୋଭେରା ବା ଘିକୁଆଁରୀ ବ୍ୟବହାର କରିବାକୁ ପ୍ରାୟ ସମସ୍ତେ କହିଥାନ୍ତି । ଏହି ଆଲୋଭେରା କେବଳ ଚେହେରା ର ଉନ୍ନତି ପାଇଁ ନୁହେଁ ବରଂ ଶରୀରର ବିଭିନ୍ନ ପ୍ରକାର ସମସ୍ୟା ର ସମାଧାନ ପାଇଁ ମଧ୍ୟ କାମରେ ଲାଗିଥାଏ । ପାଚନ ଜନିତ ସମସ୍ୟା , କେଶ ଉପୁଡିବା, ପେଟ ଜନିତ ବିଭିନ୍ନ ସମସ୍ୟା ଏହିପରି ସ୍ୱାସ୍ଥ୍ୟ ଓ ସୌନ୍ଦର୍ୟ ଜନିତ ଅନେକ ପ୍ରକାର ସୋଗର ଏକମାତ୍ର ଚିକିତ୍ସା ରୂପେ ଆଲୋଭେରା ଆୟୁର୍ବେଦ ତଥା ଔଷଧ ଜଗତରେ ବେଶ ଜଣାଶୁଣା । ଏହାର ବହୁମୂଖୀ ଗୁଣ ନିମନ୍ତେ ଆୟୁର୍ବେଦ ଏହାକୁ ଏକ ଚମତ୍କାରୀ ଉଦ୍ଭିଦ ଭାବରେ ସମ୍ମାନ ଦେଇଥାଏ । ଆମେ ଆଜି ଆଲୋଭେରାର ଏହିସବୁ ଚମତ୍କାରୀ ଗୁଣ ଗୁଡିକ ବିଷୟରେ ଆଲୋଚନା କରିବା ।

    1. ଆଲୋଭେରା ଏକ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ଅଟେ : ଆଲୋଭେରାରେ ପଲିଫେନଲ(Polyphenol) ଭଳି ଏକ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ରହିଛି । ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଏହା ଅତ୍ୟନ୍ତ ଜରୁରୀ । ଏହି ଆଣ୍ଟି-ଅକ୍ସିଡାଣ୍ଟଗୁଡିକ ଫ୍ରି ରେଡିକାଲର ମୁକାବିଲା କରିଥାଏ, ଅକ୍ସିଡେଟିଭ୍ ଷ୍ଟ୍ରେସ୍ ହ୍ରାସ କରିଥାଏ ଏବଂ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରଖିଥାଏ ଯାହା ଗମ୍ଭୀର ସଂକ୍ରମଣକୁ ରୋକିପାରେ । ଆଲୋଭେରାର ଆଣ୍ଟିବାୟୋଟିକ ଏବଂ ଆଣ୍ଟିସେପ୍ଟିକ୍ ଗୁଣ ସାଧାରଣ ସୁସ୍ଥତା ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ ।
    2. ପାଚନ କ୍ରିୟାରେ ସହାୟକ ହୋଇଥାଏ : ଏହାର ପ୍ରାକୃତିକ ଲେକ୍ସେଟିଭ୍ ଗୁଣ ଆଲୋଭେରାକୁ କୋଷ୍ଠକାଠିନ୍ୟ ଏବଂ ଅନିୟମିତ ଅନ୍ତନଳୀ ଗତିବିଧି ପାଇଁ ଏକ ଉତ୍ତମ ଉପଚାର ଭାବେ ପ୍ରସ୍ତୁତ କରିଥାଏ । ଆଲୋଭେରା ରସକୁ ପାଣି ସହିତ ମିଶେଇ ଖାଲି ପେଟରେ ପିଇବା ଦ୍ୱାରା ପାଚନ କ୍ରିୟାରେ ଅନେକ ଫାଇଦା ମିଳିଥାଏ ।
    3. ଦାନ୍ତ ଏବଂ ମୁଖର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ : ସାଧାରଣତଃ ଦାନ୍ତ ଏବଂ ପାଟିର ଯତ୍ନ ନେବା ପାଇଁ ପାରମ୍ପରିକ ଭାବରେ ଅନେକ ଔଷଧ ଉପରେ ଆମେ ସମସ୍ତେ ନିର୍ଭର କରିଥାନ୍ତି । ମାତ୍ର ଆଲୋଭେରା ରେ ଥିବା ଆଣ୍ଟି ବାକ୍ଟେରିଆଲ ଗୁଣ ଗୁଡିକ ପାଇଁ ଏହା ପ୍ରଭାବଶାଳୀ ଭାବରେ ବ୍ୟାକ୍ଟେରିଆକୁ ଦୂର କରିଥାଏ ଏବଂ ସେମାନଙ୍କର ବୃଦ୍ଧିକୁ ପ୍ରତିରୋଧ କରି ଦାନ୍ତକ୍ଷୟ ଏବଂ ଦୁର୍ବଳ ମାଢ଼ି ଜନିତ ସମସ୍ୟାକୁ ମଧ୍ୟ ରୋକିବାରେ ସାହାଯ୍ୟ କରିଥାଏ ।
    4. କୁଲିଂ ଏଜେଣ୍ଟ ଭାବରେ କାମ କରେ : ଆଲୋଭେରା ରେ ଥିବା ଶୀତଳତା କାରଣରୁ ଏହା ପୋଡାଜଳା ତଥା ଗରମ ଜନିତ ଦାଗ ଦୂର କରିବା ନିମନ୍ତେ ଏକ ଲୋକପ୍ରିୟ ଉପଚାର ଭାବରେ ପରିଚିତ । ଆଲୋଭେରା ଜେଲ ବ୍ୟବହାର କରିବା ଦ୍ଵାରା ତ୍ଵଚାରେ ଥିବା ଦାଗ ଦୂର ହେବା ସହ ଏହା ତ୍ଵଚା କୁ ହାଇଡ୍ରେଟ ମଧ୍ୟ ରଖିଥାଏ ।
    5. ତ୍ଵଚା ପାଇଁ ଏକ ବରଦାନ : ଏହାର ଆଣ୍ଟିମାଇକ୍ରୋବିୟଲ ଏବଂ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ସହିତ, ଆଲୋଭେରା ଜେଲ୍ ସୁସ୍ଥ ଏବଂ ମଶ୍ଚରାଇଜଡ୍ ତ୍ଵଚାକୁ ପ୍ରୋତ୍ସାହିତ କରିଥାଏ । ବିଶେଷ କରି ତୈଳାକ୍ତ ତ୍ଵଚା ଥିବା ଲୋକଙ୍କ ପାଇଁ ଏହା ଏକ ଉତ୍ତମ ମଶ୍ଚରାଇଜର ଭାବେ କାମ କରେ । ଏହାସହ ଟାନ ତଥା ସନବର୍ଣ୍ଣ ଭଲ କରିବାରେ ଆଲୋଭେରା ଅତ୍ୟନ୍ତ ପ୍ରଭାବଶାଳୀ ଅଟେ ।

     

    ଆଲୋଭେରା ପ୍ରଦାନ କରୁଥିବା ଏହି ସବୁ ଲାଭ ଗୁଡିକରୁ ସ୍ପଷ୍ଟ ଯେ ଏହା ଏକ ଶକ୍ତିଶାଳୀ ଆୟୁର୍ବେଦିକ ଉପାଦାନ । ମାତ୍ର ଅସଲି ଆଲୋଭେରା ଜେଲ ଥିବାର ଦାବି କରି ଅନେକ ପ୍ରଡକ୍ଟ ବର୍ତ୍ତମାନ ବଜାରରେ ଉପଲବ୍ଧ ଅଛି ଯାହାର ପ୍ରକୃତ ସତ୍ୟତା ଆମକୁ ଅଜଣା ଥାଏ । ତେଣୁ ଏହି ଗଛକୁ ସହଜରେ ଘରେ ଲଗାଇ ଆମେ ଏହାର ଫାଇଦା ସିଧା ସଳଖ ଉଠାଇ ପାରିବା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.8 ° C
    35.8 °
    35.8 °
    22 %
    2.3kmh
    0 %
    Sun
    34 °
    Mon
    37 °
    Tue
    38 °
    Wed
    39 °
    Thu
    40 °

    ସମ୍ବନ୍ଧିତ