Wednesday, March 25, 2026
33 C
Odisha

    ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ହେବ ଗଣତି ମଣତି

    ଆଗକୁ ପଢନ୍ତୁ

    ପୁରୀ : ଆସନ୍ତାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ହେବ । ଏଥିପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଗଣତିମଣତି ବେଳେ ଫଟୋଗ୍ରାଫି, ଭିଡିଓଗ୍ରାଫି ସହ ଥ୍ରୀ-ଡି ମ୍ୟାପିଂ କରାଯିବ । ଫଳରେ ଏଥିରେ ରହିବ ସ୍ୱଚ୍ଛତା । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ନିୟମ ହୋଇଛି ।

    ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏବଂ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତିରେ ରତ୍ନଭଣ୍ଡାରର ବହୁ ପ୍ରତିକ୍ଷିତ ଗଣନା ଓ ଯାଞ୍ଚ ପାଇଁ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହୋଇଛି । ପର୍ଯ୍ୟାୟକ୍ରମେ ଗଣତି ମଣତି ହେବ । ପ୍ରଥମେ ବାହାର ଭଣ୍ଡାରରେ ଥିବା ଚଳନ୍ତି ଅଳଙ୍କାର ଗଣତି ହେବ ।

    ପରେ ଭିତର ଭଣ୍ଡାରର ଅଳଙ୍କାର ଗଣତି କରାଯିବ । ଶ୍ରୀମନ୍ଦିରର ଯେଉଁଭଳି ଭାବେ ନୀତିକାନ୍ତି ପ୍ରଭାବିତ ହେବନି, ସେନେଇ ଗୁରୁତ୍ବ ଦିଆଯାଇଛି । ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତିରେ କୌଣସି ବ୍ୟାଘାତ ସୃଷ୍ଟି କରାଯିବ ନାହିଁ । ପର୍ବପର୍ବାଣି କିମ୍ବା ଭିଡ଼ ସମୟରେ ଗଣତି କାର୍ଯ୍ୟ ବନ୍ଦ ରହିବ । ଗଣତି ମଣତି ପାଇଁ କଡ଼ା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାପାଳଙ୍କ ପାଖରେ ରତ୍ନଭଣ୍ଡାରର ଚାବି ରହିବ ।

    ଗଣତି ସମୟରେ କେବଳ ଅନୁମୋଦିତ ବ୍ୟକ୍ତି ହିଁ ଭିତରକୁ ଯାଇପାରିବେ । ସାଧାରଣ ଶ୍ରଦ୍ଧାଳୁ ବ୍ୟାରିକେଡ୍ ବାହାରେ ରହିବେ । ୧୯୭୮ ମସିହା ତାଲିକା ସହ ସମସ୍ତ ଅଳଙ୍କାର ମେଳ କରାଯିବ । ବର୍ତ୍ତମାନ କେବଳ ଗଣତି ଓ ଯାଞ୍ଚ କରାଯିବ । ଅଳଙ୍କାରର ଆର୍ଥିକ ମୂଲ୍ୟ ନିର୍ଦ୍ଧାରଣ କରାଯିବ ନାହିଁ । ରତ୍ନଭଣ୍ଡାର କମିଟି, ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନେ ମିଳିତ ଭାବେ ଏ ସମସ୍ତ ପ୍ରକ୍ରିୟା ଉପରେ ନଜର ରଖିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    33 ° C
    33 °
    33 °
    32 %
    1.3kmh
    50 %
    Wed
    37 °
    Thu
    38 °
    Fri
    40 °
    Sat
    39 °
    Sun
    40 °

    ସମ୍ବନ୍ଧିତ