Monday, March 30, 2026
40.5 C
Odisha

    ଆସନ୍ତା କାଲି ହେବାକୁ ଯାଉଛି ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ଗ୍ରହଣ ସମୟ ଏବଂ ରାଶି ଉପରେ ଏହାର ପ୍ରଭାବ

    ଆଗକୁ ପଢନ୍ତୁ

     

    ଏହି ଗ୍ରହଣ ଅପରାହ୍ନ ୩ଟା ୨୦ ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ଟା ୪୭ ମିନିଟ୍ ପର୍ଯ୍ୟନ୍ତ ରହିବ । ବିଶେଷ କଥା ହେଉଛି ଯେ ଏହି ସମୟରେ ମନ୍ଦିରର ଦ୍ବାର ବନ୍ଦ ରହିଥାଏ ଏବଂ କୌଣସି ପୂଜାପାଠ କରାଯାଇନଥାଏ । ଗ୍ରହଣ ଶେଷ ହେବା ପରେ ଗଙ୍ଗା ଜଳ ଛିଞ୍ଚି ମନ୍ଦିର, ଘର ସଫା କରାଯାଏ ଏବଂ ନିୟମିତ ଭାବେ ପୂଜାପାଠ ଆରମ୍ଭ ହୁଏ । ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣର ସୂତକ ସମୟ ସକାଳ ୬ଟା ୨୦ମିନିଟରେ ୯ ଘଣ୍ଟା ପୂର୍ବରୁ ଆରମ୍ଭ ହେବ ।

    ଜ୍ୟୋତିଷ ବିଶ୍ୱାସ ଅନୁସାରେ, ଏହି ଚନ୍ଦ୍ରଗ୍ରହଣ ମୁଖ୍ୟତଃ ମନ ଏବଂ ଭାବନାକୁ ପ୍ରଭାବିତ କରିବ। ଏହି ସମୟ ମଧ୍ୟରେ ବ୍ୟକ୍ତିବିଶେଷ ମାନସିକ ଅସ୍ଥିରତା, ଚିନ୍ତା କିମ୍ବା ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱ ଅନୁଭବ କରିପାରନ୍ତି। ତେଣୁ, ଏହି ସମୟ ମଧ୍ୟରେ ଶାନ୍ତ ରହିବା ଏବଂ ବଡ଼ ନିଷ୍ପତ୍ତି ନେବାରୁ ଦୂରେଇ ରହିବା ଭଲ।   କେଉଁ ରାଶିର ଲୋକଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ପ୍ରଭାବ ପଡିବ ତେବେ ଆସନ୍ତୁ ଜାଣିବା ।

    କର୍କଟ ରାଶି :

    କର୍କଟ ରାଶି ଚନ୍ଦ୍ର ଦ୍ୱାରା ନିୟନ୍ତ୍ରିତ । ତେଣୁ ଏହି ରାଶିରେ ଜନ୍ମ ହୋଇଥିବା ଲୋକମାନେ ଗ୍ରହଣର ପ୍ରଭାବକୁ ଅଧିକ ଦୃଢ଼ ଭାବରେ ଅନୁଭବ କରିପାରନ୍ତି । ଆର୍ଥିକ ଏବଂ ସମ୍ପତ୍ତି ବିଷୟରେ ତରବର ନିଷ୍ପତ୍ତି ନେବାଠାରୁ ଦୂରେଇ ରୁହନ୍ତୁ । ଖାସ୍ କରି ଆପଣଙ୍କ ମା’ଙ୍କ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ କଥାରେ ସଂଞ୍ଜମତା ବଜାୟ ରଖନ୍ତୁ । ପ୍ରତିକାରରେ ଭଗବାନ ଶିବଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ‘‘ଓଁ ନମଃ ଶିବାୟ’’ ମନ୍ତ୍ରପାଠ କରନ୍ତୁ ।

    ସିଂହ ରାଶି :

    ଏହି ରାଶିର ଲୋକମାନେ ଚନ୍ଦ୍ରଗ୍ରହଣ ସମୟରେ ବିଶେଷ ଭାବେ ସତର୍କତା ଅବଲମ୍ବନ କରନ୍ତୁ । ଆଗାମୀ ୧୫ ଦିନ ପାଇଁ ନିଷ୍ପତ୍ତି ସ୍ଥଗିତ କରି ରଖନ୍ତୁ । ଆପଣଙ୍କ ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିବା ସହ ସମ୍ପର୍କରେ ସନ୍ତୁଳନ ବଜାୟ ରଖନ୍ତୁ । ପ୍ରତିକାରରେ ଗ୍ରହଣ ପରେ ସ୍ନାନ କରନ୍ତୁ, ଦାନ କରନ୍ତୁ ଏବଂ ଭଗବାନ ଶିବଙ୍କୁ ଅଭିଷେକ କରନ୍ତୁ ।

    କନ୍ୟା ରାଶି :

    କନ୍ୟା ରାଶି ପାଇଁ ଏହି ଗ୍ରହଣ ମାନସିକ ସ୍ଥିତିକୁ ପ୍ରଭାବିତ କରିପାରେ । ଅନାବଶ୍ୟକ ଖର୍ଚ୍ଚଠାରୁ ଦୂରେଇ ରୁହନ୍ତୁ । ଏଥିସହିତ ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ । କ୍ୟାରିଅର ସମ୍ବନ୍ଧୀତ ନିଷ୍ପତ୍ତି ନେବାରେ ତରବର ହୁଅନ୍ତୁ ନାହିଁ । ପ୍ରତିକାରରେ ଭଗବାନ ଶିବଙ୍କୁ ପୂଜା କରନ୍ତୁ, ବେଲପତ୍ର ଅର୍ପଣ କରନ୍ତୁ ଏବଂ ନିୟମିତ ଭାବରେ ମନ୍ତ୍ର ଜପ କରନ୍ତୁ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.5 ° C
    40.5 °
    40.5 °
    13 %
    3.6kmh
    4 %
    Mon
    40 °
    Tue
    39 °
    Wed
    39 °
    Thu
    41 °
    Fri
    40 °

    ସମ୍ବନ୍ଧିତ