Friday, March 27, 2026
24.8 C
Odisha

    ଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ-ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    କଟକ : ଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ।ଆଜି ଏବିଭିପି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ଦୀର୍ଘ ୬ ବର୍ଷ ଧରି ପୂର୍ବ ସରକାର କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ।ଏଣିକି ପ୍ରତିବର୍ଷ ହେବ ନିର୍ବାଚନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ୪୯ତମ ରାଜ୍ୟ ଅଧିବେଶନରେ ଏହି ଘୋଷଣା କରିଛନ୍ତି। ଏହାସହ ରାଜ୍ୟ ଅଧିବେଶନରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶତବାର୍ଷିକୀ ଦେଶର ପ୍ରମୁଖ ୫ଟି ରାଜ୍ୟ ମଧ୍ୟରେ ଓଡିଶା ସ୍ଥାନିତ ହେବ। ଓଡିଶାର ସାମଗ୍ରିକ ବିକାଶ ଦିଗରେ ସରକାର କାମ କରୁଛନ୍ତି। ନିଷ୍ଠା ଓ ତ୍ୟାଗର ପ୍ରତୀକ ହେଉଛି ଏବିଭିପି। ଏବିଭିପିର ସହଯୋଗରେ ଏହି ନୂଆ ସରକାର ଆସଛି। କଲେଜରେ ପଢିବା ବେଳ ଠାରୁ ଛାତ୍ର ସଂସଦ ନିର୍ବାଚନରେ ମୁଁ ଏବିଭିପିକୁ ଭୋଟ ଦାନ କରିଛି। ଏବିଭିପିର କର୍ମକର୍ତ୍ତାମାନଙ୍କ ଯୋଗୁଁ ବିଜେପିର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇଛି। ପୂର୍ଵ ସରକାରରେ ଯୁବକ ଯୁବତୀଙ୍କୁ ଚାକିରୀ ମିଳୁ ନଥିଲା। ଆସନ୍ତା ୫ ବର୍ଷରେ ସାଢେ ୩ ଲକ୍ଷ ନିଯୁକ୍ତି ସୁଯୋଗ ସୁଷ୍ଟି ହେବ। ଇଣ୍ଟର୍ଭିଉରେ ପକ୍ଷପାତିତା କଲେ କଠୋର ଦଣ୍ଡର ବ୍ୟବସ୍ଥା ଆମ ସରକାର କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
    ଏହାସହ ଗତ ୨୪ ବର୍ଷ ଧରି ସରକାରରେ ଥିବା ବିଜେଡି ସରକାର ହୀନ ଚକ୍ରାନ୍ତ କରି ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ଦେଇଥିଲେ। ନିର୍ବାଚନର ଫଳାଫଳ ପୁର୍ବ ସରକାରକୁ ଭୟଭୀତ କରି ଥିଲା। ଏଣିକି ଛାତ୍ର ସଂସଦ ନିର୍ବାଚନ କେବେ ବନ୍ଦ ହେବନାହିଁ । ଅନ୍ୟପଟେ ଛାତ୍ର ସଂସଦ ନିର୍ବାଚନ ହେବା ନେଇ ପ୍ରତିକ୍ରିୟା ରଖି ଏବିଭିପିର ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ କହିଛନ୍ତି, ଏବିଭିପି ଏହି ନିଷ୍ପତିକୁ ସ୍ୱାଗତ କରୁଛି। ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଅଛୁ । ୩୬୮ଟି କଲେଜରେ ନିର୍ବାଚନ ଫଳାଫଳ ଏବିଭିପି ସପକ୍ଷରେ ଯିବ ବୋଲି ସେ ମତ ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.8 ° C
    24.8 °
    24.8 °
    32 %
    1.1kmh
    0 %
    Fri
    39 °
    Sat
    39 °
    Sun
    40 °
    Mon
    41 °
    Tue
    38 °

    ସମ୍ବନ୍ଧିତ