Thursday, July 2, 2026
24.6 C
Odisha

    ଆସନ୍ତା ୧୪ରେ ଦକ୍ଷିଣ ଆଫ୍ରିକାରେ ପ୍ରବାସୀ ଓଡ଼ିଆ ଧୁମଧାମରେ ପାଳିବେ ଉତ୍କଳ ଉତ୍ସବ

    ଆଗକୁ ପଢନ୍ତୁ

    ଆସନ୍ତା ୧୪ ତାରିଖ ଦିନ ଦକ୍ଷିଣ ଆଫ୍ରିକାରେ ପାଳିତ ହେବ ଉତ୍କଳ ଉତ୍ସବ । ଶୁଭିବ ରଜ ଗୀତର ସ୍ବର ଓ ବନ୍ଦେ ଉତ୍କଳ ଜନନୀ ସଂଗୀତ । ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ମିଳିତ ଭାବେ ରଜ ଉତ୍ସବ ଏବଂ ଉତ୍କଳ ଦିବସ ପାଳିତ ହେବ । ରାଣ୍ଡବର୍ଗର ବ୍ଲେରଗୌରି ରିକ୍ରିଏସନ୍ ସେଣ୍ଟରରେ ଏହି ଉତ୍ସବ ପାଳିତ । ଦକ୍ଷିଣ ଆଫ୍ରିକାରେ ବାସ କରୁଥିବା ପ୍ରବାସୀ ଓଡ଼ିଆ ପରିବାର ଏଥିରେ ସାମିଲ ହେବ । ଦକ୍ଷିଣ ଆଫ୍ରିକା ଓଡ଼ିଆ ସାଂସ୍କୃତିକ ସଂଘ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ପର୍ବ ଖୁବ୍ ଧୁମଧାମରେ ପାଳନ କରିବା ଲାଗି ଜୋରଦାର ପ୍ରସ୍ତୁତି ଚାଲିଛି । ଏଥିରେ ସ୍ଥାନୀୟ ସମେତ ଅନେକ ବିଶିଷ୍ଟ ଓଡ଼ିଆ ବ୍ୟକ୍ତିତ୍ବ ମଧ୍ୟ ଯୋଗ ଦେବେ ।

    ଆସନ୍ତା ୧୪ ତାରିଖ ସାରା ଓଡ଼ିଶା ରଜ ଉତ୍ସବ ପାଳନ କରୁଥିବା ବେଳେ ଜୋହାନ୍ସବର୍ଗରେ ସ୍ଥାନୀୟ ସମୟ ଅପରାହ୍ନ ୨.୩୦ରୁ ଆରମ୍ଭ ହୋଇଯିବ ଏହି ସ୍ବତନ୍ତ୍ର ଉତ୍ସବ । ଏହି ଅବସରରେ ଓଡ଼ିଆ ପରମ୍ପରା, ନୃତ୍ୟ ସଂଗୀତ ଏବଂ ଓଡ଼ିଆ ଘରର ଖାଦ୍ୟରେ ମହକିବ ଏହି ଉତ୍ସବ । ଏଭଳି ଏକ ସ୍ବତନ୍ତ୍ର ଆୟୋଜନ ନେଇ ପ୍ରବୀସୀ ଓଡ଼ିଆମାନେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.6 ° C
    24.6 °
    24.6 °
    94 %
    1.6kmh
    100 %
    Wed
    25 °
    Thu
    30 °
    Fri
    29 °
    Sat
    31 °
    Sun
    31 °

    ସମ୍ବନ୍ଧିତ