Tuesday, September 29, 2026
23.1 C
Odisha

    ଆସନ୍ତା ୨୪ ଘଣ୍ଟାରେ ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ କାଳବୈଶାଖୀର ପ୍ରଭାବକୁ ନେଇ ତାପମାତ୍ରା ସାମାନ୍ୟ ହ୍ରାସ ହୋଇଥିବା ବେଳେ ହଟିଛି ଗ୍ରୀଷ୍ମ ପ୍ରବାହର ଚେତାବନୀ । ତଥାପି ପ୍ରବଳ ଖରା ସହ ଉପକୂଳରେ କଲବଳ କରିବ ଗୁଳୁଗୁଳି । ଆଜି ଉପକୂଳର ୧୧ ଜିଲ୍ଲାରେ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଅନ୍ୟପଟେ ୭ ଦିନ ଯାଏ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଥିବା ବେଳେ ଟ୍ରପ ଲାଇନ ପ୍ରଭାବରେ ଆଜିଠୁ ବଢିବା ବର୍ଷା । ଆସନ୍ତା ୨୪ ଘଣ୍ଟାରେ ସାରା ଓଡ଼ିଶାରେ ବଜ୍ରପାତ ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ବିଭାଗ । କେନ୍ଦୁଝରରେ ପ୍ରବଳ ବର୍ଷା ସହ ମୟୁରଭଞ୍ଜ,ଅନୁଗୁଳ, ଦେଓଗଡ, ସମ୍ବଲପୁର, ଝାରସୁଗୁଡା ଓ ସୁନ୍ଦରଗଡରେ ବଜ୍ରପାତ ସହ ବର୍ଷା ଓ ୫୦ରୁ ୬୦ କିମି ପବନ ବହିବାର ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ।

    ଅବଶିଷ୍ଟ ୨୩ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ୩୦ ରୁ ୫୦ କିମି ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆଜି ସାରା ଓଡ଼ିଶାରେ କାଳଵୈଶାଖୀ ପ୍ରଭାବ ରହିବା ସହ ଉପକୂଳ ସହ ଆଭ୍ୟନ୍ତରୀଣ ଜିଲ୍ଲାର ଅନୁଗୁଳ, ଦେଓଗଡ, ସମ୍ବଲପୁର , କେନ୍ଦୁଝରରେ ପ୍ରବଳ ବର୍ଷା ସହ ଜଗତସିଂହପୁର,କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ,ବାଲେଶ୍ୱର,ମୟୁରଭଞ୍ଜ , ଢେଙ୍କାନାଳ ଓ ସୁନ୍ଦରଗଡ ଏହି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଅବଶିଷ୍ଟ ୧୭ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ୫ ଦିନ ଯାଏ ଅର୍ଥାତ ୧ ତାରିଖ ଯାଏ ପ୍ରବଳ ଗରମର ପ୍ରଭାବ ରହିବା ସହ ୩ ତାରିଖ ଯାଏ ରହିବ କାଳବୈଶାଖୀ ପ୍ରଭାବ । ସେପଟେ ଆଗାମୀ ୨୪ ଘାଣ୍ଟରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.1 ° C
    23.1 °
    23.1 °
    88 %
    1.5kmh
    16 %
    Tue
    30 °
    Wed
    30 °
    Thu
    30 °
    Fri
    30 °
    Sat
    31 °

    ସମ୍ବନ୍ଧିତ