Tuesday, September 29, 2026
30.1 C
Odisha

    ଆସନ୍ତୁ ଜାଣିବା ଖାଇବା ପରେ ଗାଧୋଇବା: ଠିକ୍ ନା ଭୁଲ?

    ଆଗକୁ ପଢନ୍ତୁ

    ଖାଇବା ପରେ ତୁରନ୍ତ ଗାଧୋଇବା ଉଚିତ ନୁହେଁ ବୋଲି ଅନେକଙ୍କ ଧାରଣା ରହିଛି। ବିଶେଷକରି ଗରମ ପାଣିରେ ଗାଧୋଇଲେ ହଜମ ପକ୍ରିୟା ପ୍ରଭାବିତ ହୋଇପାରେ ବୋଲି କୁହାଯାଏ। ତେବେ ଏହାକୁ ପ୍ରମାଣ କରୁଥିବା ଦୃଢ଼ ବୈଜ୍ଞାନିକ ଗବେଷଣା ଏପର୍ଯ୍ୟନ୍ତ ନାହିଁ। ଖାଦ୍ୟ ଖାଇବା ପରେ ଶରୀର ହଜମ ପ୍ରକ୍ରିୟା ଆରମ୍ଭ କରେ। ଏହି ସମୟରେ ହଜମ ସହ ଜଡ଼ିତ ଅଙ୍ଗଗୁଡ଼ିକୁ ଅଧିକ ରକ୍ତ ପ୍ରବାହ ହୁଏ। ଫଳରେ ପେଟ ଭରି ଖାଇବା ପରେ ଶରୀରରେ ସାମାନ୍ୟ ଗରମ ଅନୁଭବ ହୋଇପାରେ। ଗରମ ପାଣି ଶରୀରରେ ‘ହାଇପରଥର୍ମିକ୍ ଆକ୍ସନ୍’ ନାମକ ଏକ ପ୍ରକ୍ରିୟାକୁ ସକ୍ରିୟ କରେ। ଏହା ଫଳରେ ଶରୀରର ଭିତର ତାପମାତ୍ରା କିଛିଟା ବଢ଼ିପାରେ।

    କେତେ ସମୟ ପରେ ଗାଧୋଇବା ଉଚିତ?

    ଚର୍ବି, ପ୍ରୋଟିନ୍ କିମ୍ବା ତନ୍ତୁଯୁକ୍ତ ଖାଦ୍ୟ ଖାଇବା ପରେ ପେଟ ଫୁଲିବା ବା ଭାରି ଲାଗିପାରେ। ଏହି ସମୟରେ ଅତ୍ୟଧିକ ଗରମ ପାଣିରେ ଗାଧୋଇଲେ କେତେକ ଲୋକଙ୍କଠାରେ ପେଟରେ ଦରଜ, ଛାତିରେ ଅସ୍ୱସ୍ଥତା କିମ୍ବା ଜ୍ୱଳନ ହୋଇପାରେ। ଏହି ପ୍ରଭାବ ସମସ୍ତଙ୍କଠାରେ ଅବଷ ନୁହେଁ। ଖାଇବା ପରେ ଗାଧୋଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ବୈଜ୍ଞାନିକ ସମୟସୀମା ନାହିଁ। ତଥାପି ସାଧାରଣତଃ ୨୦ ମିନିଟ୍‌ରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବା ଆରାମଦାୟକ ହୋଇପାରେ। ବିଶେଷକରି ଭାରୀ ଖାଦ୍ୟ ଖାଇଥିଲେ ଅଧିକ ସମୟ ଅପେକ୍ଷା କରିବା ଭଲ।

    ଅମ୍ଳୀୟ ଖାଦ୍ୟ ଖାଇବା ପରେ ତୁରନ୍ତ ଦାନ୍ତ ଘଷିବା ଠିକ୍ ନୁହେଁ; ପ୍ରାୟ ୩୦ ମିନିଟ୍‌ ଅପେକ୍ଷା କରିବା ଭଲ। ଭାରୀ ଖାଦ୍ୟ ପରେ ତୁରନ୍ତ ଭାରୀ ବ୍ୟାୟାମ କରିବା ଦ୍ୱାରା ପେଟରେ ଅସ୍ୱସ୍ଥତା ହୋଇପାରେ। ସେହିପରି ଖାଇବା ପରେ ତୁରନ୍ତ ଶୋଇଲେ କେତେକ ଲୋକଙ୍କଠାରେ ଏସିଡ ସମସ୍ୟା ବଢ଼ିପାରେ। ତେଣୁ ଖାଇବା ଏବଂ ଶୋଇବା ମଧ୍ୟରେ କିଛି ସମୟର ବ୍ୟବଧାନ ରଖିବା ଲାଭଦାୟକ ହୋଇଥାଏ। ଖାଇବା ପରେ ତୁରନ୍ତ ଗାଧୋଇବାକୁ ସମ୍ପୂର୍ଣ୍ଣ ଭୁଲ୍ ବୋଲି କହିବା ଠିକ୍ ନୁହେଁ। ଏହା ହଜମ ପ୍ରକ୍ରିୟାକୁ ନିଶ୍ଚିତ ଭାବେ ବନ୍ଦ କରିଦିଏ ବୋଲି ପ୍ରମାଣ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.1 ° C
    30.1 °
    30.1 °
    61 %
    3kmh
    10 %
    Tue
    30 °
    Wed
    30 °
    Thu
    30 °
    Fri
    31 °
    Sat
    31 °

    ସମ୍ବନ୍ଧିତ