ପ୍ରତ୍ୟେକ ପରିବାରେ କିଛି ନା କିଛି ଭିଟାମିନ୍ ଥାଏ, ଏକଥା ଆମେ ସମସ୍ତେ ଜାଣିଥାନ୍ତି । କିଛି କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ପରିବା ଖାଇବାକୁ ପସନ୍ଦ କରିନଥାନ୍ତି । ଯେମିତିକି ଗାଜର । ଅନେକ ଲୋକ ଗାଜର ନାଁ ଶୁଣିଲେ ନାକ ଟେକିଥାନ୍ତି । ତେବେ ଯେଉଁମାନେ ଗାଜର ଖାଇବାକୁ ପସନ୍ଦ କରନ୍ତି ନାହିଁ ସେମାନେ ଏକଥା ଜାଣିବା ନିହାତି ଜରୁରୀ । ଏଥିସହ ଜାଣନ୍ତୁ ଯେ, ଗାଜରରେ କେଉଁ ଗୁଣ ରହିଥାଏ? ଆପଣ ଜାଣିଛନ୍ତି କି? ଗୋଟିଏ ଗ୍ଲାସ୍ ଗାଜର ରସ ପୂର୍ଣ୍ଣ ଭୋଜନ ସହ ସମାନ । ଏହାକୁ ପିଇବା ଦ୍ବାରା ଶରୀରରେ ରକ୍ତର ପରିମାଣ ଅଧିକ ହୋଇଥାଏ । ଗାଜର ରସରେ ଭିଟାମିନ୍ ଏ, ବି, ସି,ଡି ଇ, ଜି ଏବଂ କେ ଥାଏ । ଗାଜର ରସ ପିଇବା କିମ୍ବା କଂଚା ଗାଜର ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ଦୂର ହେବା ସହ ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବାକୁ ଲାଗିଥାଏ ।
ଗାଜରର ଔଷଧୀୟ ଗୁଣ :
ବୟସ ବଢିବା ସହ ଶରୀର ଦୁର୍ବଳ ହୋଇଯାଏ । ଏହି ଦୁର୍ବଳତାରୁ ରକ୍ଷା କରିଥାଏ ଗାଜର । ଗାଜର ରସ ବା ଜୁସ ନିୟମିତ ପିଇଲେ ଶରୀରରେ ରକ୍ତର ପରିମାଣ ବଢିଥାଏ ।
ଗାଜର ରସ ପିଇବା ଦ୍ବାରା ପାଚନ ତନ୍ତ୍ର ମଜଭୂତ ହୋଇଥାଏ । କ୍ୟାନ୍ସରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।
କଂଚା ଗାଜର ଖାଇବା ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । ଗାଜର ପତ୍ରରେ ଗାଜର ଠାରୁ ଅଧିକ ଆଇରନ୍ ଥାଏ ।
ଗାଜରର ବିଭିନ୍ନ ପ୍ରକାରର ଔଷଧୀୟ ଗୁଣ ଥାଏ । ଗାଜରରେ ଆଇରନର ମାତ୍ରା ଅଧିକ ଥାଏ । ଯାହା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ପତଳା ଏବଂ ଛୋଟ ଗାଜର ସ୍ବାଦିଷ୍ଟ, ଏବଂ ଭିଟାମିନରେ ଭରପୁର ।
ଗାଜର, ପିଆଜ ଏବଂ ଧନିଆ ପତ୍ରର ସାଲାଡ ପ୍ରତିଦିନ ଖାଇଲେ କେଶ ଝଡିବା ବନ୍ଦ ହୋଇଥାଏ । ଏହି ସାଲାଡରେ ଫସଫରସ୍ ଅଧିକ ଥାଏ । ଯାହା କେଶ ମୂଳକୁ ମଜଭୂତ କରିଥାଏ । ଏଥିସହ ସାଲାଡ୍ ପ୍ରତିଦିନ ଖାଇଲେ ଖାଲି କେଶ ନୁହେଁ ବରଂ ତ୍ବଚା ମଧ୍ୟ ଗ୍ଲୋ କରିବାକୁ ଲାଗେ । ତେବେ ବର୍ତ୍ତମାନ ଜାଣନ୍ତୁ ଗାଜର ରସକୁ କିପରି ପ୍ରସ୍ତୁତ କରି ପିଇବେ ।
ଗୋଟିଏ ଗ୍ଲାସ୍ କ୍ଷୀର ଏବଂ ଗୋଟିଏ ଗ୍ଲାସ୍ ଗାଜର ରସକୁ ଫୁଟାନ୍ତୁ । ଏହି ରସ ଫୁଟି ଅଧା ହୋଇଗଲା ପରେ ଥଣ୍ଡା କରି ପିଅନ୍ତୁ । ପ୍ରତିଦିନ ଏହାକୁ ପିଇଲେ ଅନେକ ସମସ୍ୟା ଦୂର ହେବାକୁ ଲାଗିଥାଏ । ଏଥିସହ ଯେଉଁମାନଙ୍କୁ ବେଳେ ବେଳେ ଦୁର୍ବଳ ଲାଗୁଛି ସେମାନେ ମଧ୍ୟ ପ୍ରତିଦିନ ଏହି ଜୁସ୍ ପିଇବା ଉଚିତ୍ । କାରଣ ଏହାକୁ ପିଇଲେ ବହୁତ୍ ରିଲାକ୍ସ ଲାଗିଥାଏ ।
ଲଗାତାର ୧୫ – ୨୦ ଦିନ ଯାଏଁ ଗାଜର ଖାଇଲେ ଚର୍ମରୋଗ ହୋଇନଥାଏ । କୁଣ୍ଡିଆ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ଗାଜର ରସ । ତେଣୁକରି ଆପଣ ଯଦି ଏହି ସମସ୍ତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ ଦିନ ଗାଜର ଖାଆନ୍ତୁ ।

